ସେନା ଗାଡ଼ି ଉପରେ  ଖସିଲା ପଥର ,୨ ଅଧିକାରୀ ସହିଦ

ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍‌ ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ସେନା ଅଧିକାରୀ ସହିଦ ହୋଇଛନ୍ତି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ଆହତମାନଙ୍କୁ ବିମାନ ଯୋଗେ ଲେହର ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେନା ଗାଡ଼ି ଦୁର୍ବୁକ୍ରୁ ଚୋଙ୍ଗତାସ୍ ଏକ ତାଲିମ ଯାତ୍ରାରେ ଯାଉଥିବା ବେ‌ଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଦୁର୍ଘଟଣା ସମ୍ପର୍କରେ ସେନାର ବିବୃତିରେ କୁହାଯାଇଛି, ଆହତ ସୈନିକମାନଙ୍କୁ ଲେହସ୍ଥିତ ୧୫୩ ଜିଏଚକୁ ନିଆଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ, ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ ସୂଚନା ଦେଇଛନ୍ତି ଯେ, ୩୦ ଜୁଲାଇ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଲଦାଖରେ ଏକ ସେନା ଗାଡ଼ି ଉପରେ  ପଥର ଖସି ପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଗତ କିଛି ମାସ ମଧ୍ୟରେ ଏହା ସେନା ଗାଡ଼ି ଉପରେ ହୋଇଥିବା ସବୁଠାରୁ ବଡ଼ ଦୁର୍ଘଟଣା। ଚଳିତ ବର୍ଷ ମେ’ ମାସରେ ଜମ୍ମୁ ଓ କଶ୍ମୀରର ରାମବାନ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଜିଲ୍ଲାର ବ୍ୟାଟେରୀ ଚଶମା ନିକଟରେ ଘଟିଥିଲା। ଯେଉଁଠାରେ ଏକ ସେନା ଟ୍ରକ୍‌ ୨୦୦-୩୦୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୩ ଜଣ ସୈନିକ ସହିଦ ହୋଇଥିଲେ। ଏହି ସେନା ଟ୍ରକ୍‌ଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା।

Post Views2 Total Count

Apply Now


This will close in 0 seconds

error: Content is protected !!