ଭାରତରେ ୨୦୦୦ ଟଙ୍କିଆ ନୋଟରେ ପ୍ରତ୍ୟାହାର ଘୋଷଣା ହେଲା ପରେ ଏବେ ନେପାଳରେ ଭାରତୀୟ ଟଙ୍କାର ବ୍ୟାନ୍ କରାଯାଇଥିବା ଜଣାପଡ଼ିଛି । ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ ସେଠାରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ସମ୍ପ୍ରତି ସେଠାରେ ୧୦୦ ଟଙ୍କାରୁ ଅଧିକ କାରବାର ଉପରେ ନଜର ରଖାଯାଉଛି ଏବଂ ଏହା କାର୍ଯ୍ୟାନୁଷ୍ଠାନ ପରିସରରେ ରହିଛି ।
ଏହି ବ୍ୟାନ୍ ଫଳରେ କେବଳ ବିହାର ସୀମାରେ ଥିବା ବଜାରଗୁଡିକରେ ପ୍ରତିଦିନ ୧୨୫ କୋଟି ଟଙ୍କାରୁ ଅଧିକ କାରବାର ପ୍ରଭାବିତ ହେଉଛି ।
ପୂର୍ବରୁ ଭାରତୀୟ ୧୦୦ ଟଙ୍କାର ବିନିମୟ ମୂଲ୍ୟ ନେପାଳୀ ୧୬୦ ଟଙ୍କା ଥିଲା ।
ଏବେ ଏହା ୧୫୦ ଟଙ୍କାକୁ ଖସିଆସିଛି । ବିଶେଷଜ୍ଞ କହିଛନ୍ତି ଯେ, ଭାରତ ଅପେକ୍ଷା ନେପାଳରେ ସୁନା ଶସ୍ତା ହୋଇଥିବାରୁ ନେପାଳରେ ଭାରତୀୟ ମୁଦ୍ରା ଅଧିକ ହୋଇଗଲାଣି ।
ମାଦକ ପଦାର୍ଥର ତସ୍କର ବି ବଢୁଛି । କ୍ୟାସିନୋରେ କୋଟି କୋଟି ଭାରତୀୟ ଟଙ୍କା ବର୍ଷା ହେଉଛି । ଏସବୁ କାରଣରୁ ଉପରୋକ୍ତ ପଦକ୍ଷେପ ନିଆଯାଇଥାଇପାରେ ।

