ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର

ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୪୧ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି।

ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୬୨ ଟଙ୍କା ହୋଇଛି। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୮୬୮ଟଙ୍କା, ମୁମ୍ବାଇରେ ୧୭,୧୩ଟଙ୍କା ୫୦ ପଇସା,ଚେନ୍ନାଇରେ ୧୯୨୧ଟଙ୍କା, ବେଙ୍ଗାଲୁରୁରେ ୧୮,୩୬ ଟଙ୍କା ଓ ହାଇଦ୍ରାବାଦରେ LPG ସିଲିଣ୍ଡର ଦାମ୍‌ ୧୯୮୫ ଟଙ୍କା ହୋଇଛି ।

ଉଲ୍ଲେଖଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ ୨୦୨୫-୨୬। ଏଥିସହ ବଦଳିଛି ଅନେକ ଆର୍ଥିକ ନିୟମ। ନୂଆ ଆୟକର ସ୍ଲାବ୍ ସହ ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହୋଇଛି ୟୁନିଫାଏଡ୍ ପେନସନ୍ ସ୍କିମ୍। GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ପରିବର୍ତ୍ତନ ହୋଇଛି । ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ନିୟମ ଅନୁସାରେ, ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବେନି ଆୟକରଦାତା ।

Post Views32 Total Count

Apply Now


This will close in 0 seconds

error: Content is protected !!