ଓଡିଏମ୍‌କୁ ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌ ସମ୍ମାନ

ଦ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ହ୍ୟାତ୍‌ ରିଜେନ୍ସି ହୋଟେଲ ପରିସରରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ୨୦୨୩ ବର୍ଷ ପାଇଁ ସମଗ୍ର ଭାରତର ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ (ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌-୨୦୨୩) ଭାବେ ପୁରସ୍କୃତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଶିକ୍ଷାସମୂହର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନ ନାଗାଲାଣ୍ଡର ଶିକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ ଟେମଜେନ୍‌ ଇମନା ଆଲଙ୍ଗଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଦ ଇକୋନୋମିକ୍‌ ଟାଇମ୍ସର ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଭାରତର ବହୁ ଜଣାଶୁଣା ଶିକ୍ଷାନୁଷ୍ଠାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପାଇଁ ଏହି ସୁଖଦ ଓ ସନ୍ତୋଷପୂର୍ଣ୍ଣ ମୁହୂର୍ତ୍ତରେ ଡ. ସତ୍ୟବ୍ରତ ମୀନକେତନ ବିଦ୍ୟାଳୟ ପ୍ରବନ୍ଧନ ସମିତିର ସମସ୍ତ ସଦସ୍ୟ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କୁ ଅଭିନନ୍ଦନ ତଥା କୃତଜ୍ଞତା ଜ୍ଞାପନ କରିବା ସହିତ ଭବିଷ୍ୟତରେ ଓଡିଏମ୍‌ ଏମିତି ନିଜର ଉତ୍କୃଷ୍ଟତା ପ୍ରମାଣିତକରି ଚାଲିଥିବ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!