ଭୁବନେଶ୍ୱରକୁ ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ

ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି।୨୦୧୫ ଜୁନ୍ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନ ଜରିଆରେ ଦେଶର ୧୦୦ ସହରରେ ଭିତ୍ତିଭୂମି ବୃଦ୍ଧି, ସ୍ୱଚ୍ଛ ଏବଂ ନିରନ୍ତର ପରିବେଶ ତଥା ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି।

୨୦୨୨ ମସିହାର ସ୍ମାର୍ଟସିଟି ପୁରସ୍କାର ବର୍ଗରେ ୮୦ ଯୋଗ୍ୟ ସ୍ମାର୍ଟ ସହରରୁ ୮୪୫ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହାକୁ ୫ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ ସହର ବର୍ଗ ଭଳି ମୋଟ ୬୪ ବର୍ଗରେ ଏହି ପୁରସ୍କାର ଘୋଷଣା ହୋଇଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!