ନୀତାଙ୍କୁ ସିଟିଜେନ୍ ଅଫ୍ ମୁମ୍ବାଇ ଆୱାର୍ଡ

ରୋଟାରି କ୍ଲବ ଅଫ୍ ବମ୍ବେ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ନୀତାଙ୍କୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ୍ ମୁମ୍ବାଇ ଆୱାର୍ଡ ଦିଆଯାଇଛି। ବିଶେଷକରି ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୀତାଙ୍କୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଦ୍ୱାରା ମୁମ୍ବାଇଠାରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହ ଦୃଢ଼ ଭାବେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ବୋଲି ନୀତା ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ଏପରିକି ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ୍ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇଛୁ। ସେହିଭଳି ଜଣେ ରୋଟାରିଆନ ଭାବେ ଦୀର୍ଘ ୨୫ ବର୍ଷ ହେବ ମୁଁ ଆପଣମାନଙ୍କ ସାଙ୍ଗରେ ବିତାଇଛି। ସେହିପରି ଧୀରୁଭାଇ ଅମ୍ବାନୀ ୧୯୬୯ରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନୀ ପରିବାରର ରୋଟାରି ସହ ସମ୍ପର୍କ ଆରମ୍ଭ ହୋଇଥିଲା।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!