ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ

ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ। ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ପଡ଼ିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସମ୍ବଲପୁର ଷ୍ଟେସନରେ ଦୁଇଟି ଟ୍ରେନକୁ ଅଟକ ରଖିଥିଲେ ଆନ୍ଦୋଳନକାରୀ। ପାଖାପାଖି ଏକ ଘଣ୍ଟା ଟ୍ରେନ୍ ଅଟକିବା ପରେ ଟ୍ରେନ୍ ଛାଡିଥିଲା। ସେହିପରି କଟକ ବସଷ୍ଟାଣ୍ଡରୁ ବସ୍ ଗଡୁନି।

ଏହାସହ ବଲାଙ୍ଗୀର, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ଆନ୍ଦୋଳନ ଚଳାଇଛନ୍ତି।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!