ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରିଗଲା ଭାରତ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆ ଲିଜେଣ୍ଡସ୍‌ ଟିମ୍‌ ବିଶ୍ୱ ଚାମ୍ପିଅନସିପ୍‌ ଅଫ୍‌ ଲିଜେଣ୍ଡସ୍‌ -ଡବ୍ଲୁସିଏଲ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରି ଯାଇଛି । ହରଭଜନ ସିଂ, ଇରଫାନ୍ ୟୁସୁଫ, ଧୱନ ପ୍ରମୁଖ ପହଲଗାମ୍ ଆକ୍ରମଣର ପ୍ରତିବାଦ ସ୍ୱରୂପ ମ୍ୟାଚ୍‌ ଖେଳିବାକୁ ମନା କରିଛନ୍ତି ।

ପହଲଗାମ୍ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ହାନି ହୋଇଥିବାରୁ ଏହା ଏକ ସମ୍ବେଦନଶୀଳ ପ୍ରତିବାଦ ବୋଲି କୁହାଯାଉଛି । ଡବ୍ଲୁସିଏଲ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ନେଇ ଉତ୍ସାହ ଥିଲା । କିନ୍ତୁ ବର୍ତ୍ତମାନର ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇପାରେ ।

ସେପଟେ ଏସିଆ କପ୍ ୨୦୨୫ ୯ ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁଏଇରେ ଅନୁଷ୍ଠିତ ହେବ । ଯେଉଁଠାରେ ଭାରତ ଏବଂ ପାକିସ୍ତାନ ୧୪ ସେପ୍ଟେମ୍ବରରେ ପରସ୍ପର ସହିତ ମୁହାଁମୁହିଁ ହେବେ ।

ତେବେ ଭାରତ-ପାକ୍ ମ୍ୟାଚ୍ ସମ୍ପର୍କରେ ଆଶଙ୍କା ଉପରେ ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ ଆଝାରୁଦ୍ଦିନ ନିଜର ମତ ଦେଇଛନ୍ତି । ସେ ଡବ୍ଲ୍ୟୁସିଏଲରୁ ଭାରତୀୟ ଖେଳାଳିଙ୍କ ପ୍ରତ୍ୟାହାର ପରେ ଏବେ ବିସିସିଆଇ କଣ କରିବା ଦରକାର ତାହା କହିଛନ୍ତି ।

Post Views3 Total Count

Apply Now


This will close in 0 seconds

error: Content is protected !!