ତେଲ ଦର ବୃଦ୍ଧି ଯୋଗୁଁ ୨ ପ୍ରତିଶତ ବସ୍ ଭଡ଼ା ବୃଦ୍ଧି ହୋଇଛି। ଏହା ସତ୍ତ୍ବେ ବି ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ ମନଇଚ୍ଛା ବସ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆସୁଛି । ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି। ଧାର୍ଯ୍ୟ ଭଡ଼ା ନେଇ ଲୋକଙ୍କୁ ସହଯୋଗ କରିବାକୁ ବସ୍ ମାଲିକ ଓ କର୍ମଚାରୀଙ୍କୁ ପରିବହନ ମନ୍ତ୍ରୀ ଅପିଲ କରିଛନ୍ତି । ଯଦି କୌଣସି ଗାଡ଼ି ମାଲିକ ମନ ଇଚ୍ଛା ଦର ବଢାନ୍ତି । କି ସରକାରଙ୍କ ନିୟମ ନମାନନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତୈଳ ଦର ବୃଦ୍ଧି ଲାଗି ବସ୍ ଭଡ଼ା ବଢାଯାଇଛି । ୨ ପ୍ରତିଶତ ଦର ବୃଦ୍ଧି କରାଯାଇଛି । ତେଣୁ ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ଟଙ୍କା ନେଲେ, ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ।
ସୂଚନାଯୋଗ୍ୟ ଯେ,ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଥିଲା । ଯାହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡିଥିଲା ।ଗତ କିଛି ଦିନ ଧରିପେଟ୍ରୋଲ-ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଉଛି। ଏହାକୁ ଦୃଷ୍ଟିରେ ରଖି ବସ୍ ଭଡା ବୃଦ୍ଧି କରାଯାଇଛି। କିନ୍ତୁ କିଛି ବସ୍ କର୍ମଚାରୀ ମନଇଚ୍ଛା ଯାତ୍ରୀଙ୍କ ଠାରୁ ଭଡ଼ା ନେଉଥିଲେ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି।

