ମନ୍‌ କି ବାତ୍‌ ରେ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ରବିବାର ଦିନ ‘ମନ କି ବାତ’ର ୧୩୫ତମ ଏପିସୋଡ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସୁନା କିଣିବା ବନ୍ଦ କରିବା ଏବଂ ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ କରିବା ପାଇଁ ପୂର୍ବରୁ କରିଥିବେ ଅପିଲର ପ୍ରଭାବ ଦେଶ ଉପରେ କେତେ ପଡ଼ିଛି, ସେ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, “ମୋର ଆହ୍ବାନକୁ ସମର୍ଥନ କରିବା ସହିତ ସକ୍ରିୟ ଭାବରେ ସହଯୋଗ କରିଥିବା ମୋର ପ୍ରତ୍ୟେକ ନାଗରିକଙ୍କ ପ୍ରତି ମୁଁ କୃତଜ୍ଞ। ଅନେକ ପରିବାର ମୋ ସହିତ ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି; ଅନେକ ସେମାନଙ୍କ ପରିବାରରେ ବିବାହ ପାଇଁ ସୁନା ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି, ଆବଶ୍ୟକତା ପଡ଼ିଲେ ପୂର୍ବରୁ ଥିବା ସୁନାକୁ ପୁନଃବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନେକ ଲୋକ କାର୍ ପୁଲିଂ ଅଭିଜ୍ଞତା ମଧ୍ୟ ବାଣ୍ଟିଛନ୍ତି। ବିଭିନ୍ନ ଯାନବାହାନ ବ୍ୟବହାର କରି ସମାନ ଦିଗରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ଏବେ ଏକାଠି ଯାତାୟାତ କରୁଛନ୍ତି। ମୁଁ ଖୁସି ଯେ ଆମେ ଭାରତୀୟମାନେ ଏକତ୍ରିତ ଭାବରେ ଏହି ସଙ୍କଟର ମୁକାବିଲା କରିଛେ।”
ସ୍ମରଣଥାଉକି, ଇରାନ-ଆମେରିକା-ଇସ୍ରାଏଲ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ପ୍ରତି ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ସଂରକ୍ଷଣ କରିବାକୁ, ଗୋଟିଏ ବର୍ଷ ପାଇଁ ସୁନା କିଣିବା ବନ୍ଦ କରିବାକୁ ଏବଂ କାରପୁଲିଂ ଅଭ୍ୟାସ କରିବାକୁ ନିବେଦନ କରିଥିଲେ। ଆଜି, ‘ମନ କି ବାତ’ କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ଏହି ଆହ୍ବାନର ପ୍ରଭାବ ବିଷୟରେ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ ଲୋକମାନଙ୍କୁ ଯଥାସମ୍ଭବ କିଛି ସମୟ ପାଇଁ ସୁନା କିଣିବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲି। ମୁଁ ସେମାନଙ୍କୁ ବିଦେଶରେ ଛୁଟି ମନାଇବାରୁ ନିବୃତ୍ତ ରହିବାକୁ କହିଥିଲି ଏବଂ କାରପୁଲିଂକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ନିବେଦନ କରିଥିଲି। ମୁଁ ଚାଷୀମାନଙ୍କୁ ରାସାୟନିକ ମୁକ୍ତ ଚାଷ କରିବାକୁ, ସେମାନଙ୍କ ଜମିକୁ ସୁରକ୍ଷା ଦେବାକୁ ଏବଂ ପ୍ରାକୃତିକ ସାରର ସର୍ବାଧିକ ବ୍ୟବହାର କରିବାକୁ ଅନୁରୋଧ କରିଥିଲି। ଅନେକ ପରିବାର ମୋତେ ସେମାନଙ୍କର ଅଭିଜ୍ଞତାକୁ ବାର୍ତ୍ତା ମାଧ୍ୟମରେ ପଠାଇଛନ୍ତି। ଏଥର ଅନେକ ପରିବାର ସେମାନଙ୍କ ଘରେ ବିବାହ ପାଇଁ ସୁନା ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି; ଯଦି ଆବଶ୍ୟକ ହୁଏ, ତେବେ ସେମାନେ ପୂର୍ବରୁ ଥିବା ସୁନାରୁ ନୂତନ ଅଳଙ୍କାର ତିଆରି କରି ବ୍ୟବହାର କରିଛନ୍ତି।”

*ମନ କି ବାତ* କାର୍ଯ୍ୟକ୍ରମରେ ନୌସେନାରେ ସାମିଲ ହୋଇଥିବା ତିନୋଟି ନୂତନ ଜାହାଜ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। “ଜୁନ୍ ମାସରେ ଦେଶ ଏପରି ସଫଳତା ହାସଲ କରିଛି ଯାହା ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଥିଲା। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହିତ ଜଡ଼ିତ। ସମ୍ପ୍ରତି, ମୋତେ କୋଲକାତାରେ ଏକ ନୌସେନା କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ, INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟକୁ ଭାରତୀୟ ନୌସେନାର ନୌବାହିନୀରେ ସାମିଲ କରାଯାଇଥିଲା।”

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!