ଡାକ୍ତରଙ୍କ ବଦଳରେ ସର୍ଜରି କଲା ରୋବୋ

ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ସାନ୍‌ ଡିଗୋର ଇଞ୍ଜିନିୟର ଓ ଡାକ୍ତରମାନେ ପ୍ରଥମ ଥର ଦୂରରୁ ପରିଚାଳିତ ମାନବ ରୋବୋ ଜରିଆରେ ଦୁଇଟି ସର୍ଜରି କରିଛନ୍ତି । ଏହି ପ୍ରାକ୍‌ ଚିକିତ୍ସକୀୟ ପରୀକ୍ଷଣ ନେଚର୍‌ ପତ୍ରିକାରେ ପ୍ରକାଶ ପାଇଛି । ଦୁଇଟି ଭିନ୍ନ ଗଲ୍‌ବ୍ଲାଡର ଅପରେସନ୍‌ ମଧ୍ୟରୁ ପ୍ରଥମରେ ମାନବ ରୋବୋ ଓ ଜଣେ ମାନବ ସର୍ଜନ ସଫଳତାପୂର୍ବକ ଅପରେସନ୍‌ କରିଥିଲେ । ୨ୟ ସର୍ଜରିରେ ଦୁଇଟି ମାନବ ରୋବୋ ସଫଳତାପୂର୍ବକ ଏହି ସର୍ଜରି କରିଥିଲେ । ଦୁଇଟିଯାକ ସର୍ଜରି ବଡ଼ ସ୍ତନ୍ୟପାୟୀ ଜନ୍ତୁଙ୍କ ଉପରେ କରାଯାଇଥିଲା । ଏହି ପରୀକ୍ଷଣ ଅପରେସନ୍‌ ଥିଏଟରକୁ ମାନବ ରୋବୋକୁ ଆଣିବାର ପ୍ରଥମ ପାହାଚ ବୋଲି ଗବେଷକମାନେ କହିଛନ୍ତି ।
ଏହି ରୋବୋ ପ୍ରଥମେ ସର୍ଜରି ପ୍ରକ୍ରିୟାରେ ସହଯୋଗ କରିପାରିବେ ଏବଂ ତା’ପରେ ଡାକ୍ତରଙ୍କ ଦ୍ୱାରା ଦୂରରୁ କରାଯାଉଥିବା ସର୍ଜରିକୁ ମଧ୍ୟ ସମ୍ପନ୍ନ କରିପାରିବେ । ଏହି ସୁବିଧା ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ସଙ୍କଟର ମୁକାବିଲା କରିପାରିବ । ସର୍ଜରି କରିଥିବା ମାନବ ରୋବୋର ଲମ୍ବ ପ୍ରାୟ ୫ ଫୁଟ, ଓଜନ ପ୍ରାୟ ୬୦ ପାଉଣ୍ଡ । ସାଧାରଣତଃ ଲାପାରୋସ୍କୋପିକ୍‌ ପ୍ରକ୍ରିୟା ଜରିଆରେ ସର୍ଜରି ପାଇଁ ଏଗୁଡ଼ିକୁ ଡିଜାଇନ୍‌ କରାଯାଇଛି । ଗବେଷକମାନେ ଏହି ରୋବୋ ସିଷ୍ଟମ୍‌ର ନାଁ ଦେଇଛନ୍ତି ‘ସର୍ଜି’ । ପରୀକ୍ଷଣ ସମୟରେ ସର୍ଜନ ଟେଲିଅପରେସନ୍‌ ଇଣ୍ଟରଫେସ୍‌ ଜରିଆରେ ଦୂରରେ ରହି ରୋବୋଙ୍କୁ ନିୟନ୍ତ୍ରଣ କରିଥିଲେ । ଏଥିରେ ମାନବ ଗତିବିଧିକୁ ମେସିନ୍‌ ନକଲ କରିଥିଲେ ଏବଂ ସମ୍ବେଦନଶୀଳ ସର୍ଜରି ପ୍ରକ୍ରିୟା ସମ୍ପନ୍ନ କରିଥିଲେ ।
ସ୍ୱତନ୍ତ୍ର ରୋବୋଟିକ୍‌ ସର୍ଜରି ପ୍ରଣାଳୀଠୁ ଏହା ଭିନ୍ନ, ଯାହା କେବଳ ଗୋଟିଏ କାମ କରିପାରେ । ମାନବ ରୋବୋ ବହୁମୁଖୀ କାର୍ଯ୍ୟ ସମ୍ପାଦନରେ ସକ୍ଷମ । ବ୍ୟାପକ ସର୍ଜରି ସମେତ ଅନେକ ସାଧାରଣ କାମ ଏହା କରିପାରେ ବୋଲି ଗବେଷକମାନେ କହିଛନ୍ତି । ସୁଦୂର ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଏହା ଦୂର କରିପାରିବ । ଅନୁସନ୍ଧାନ ଓ ଉଦ୍ଧାର ଭଳି ପରିସ୍ଥିତିରେ କମ୍‌ ସମୟରେ ବ୍ୟାପକ ଚିକିତ୍ସା ଲାଗି ରୋବୋ ମୁତୟନର ଭରପୂର ସୁଯୋଗ ରହିଥିବା ଅଧ୍ୟୟନ ସ୍ପଷ୍ଟ କରିଛି ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!