ଏନ୍‌ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ ସମସ୍ୟାର ସମାଧାନ ପାଇଁ ସେ କେନ୍ଦ୍ର ସଡ଼କପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । 
ସାଂସଦ ଶ୍ରୀ ପ୍ରଧାନ ଚିଠିରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ମୁଖ୍ୟ ଜୀବନରେଖା । ମାତ୍ର ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ିର ଯାତାୟତ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ  କିଛି ଜାଗାରେ ରାସ୍ତା ନଷ୍ଟ ହୋଇଯାଇଛି । ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଓ ନିୟମିତ ଯାତାୟାତ କରୁଥିବା ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 
ବର୍ତ୍ତମାନ ମୌସୁମୀ ଫଳରେ ବର୍ଷା ଓ ଜଳବନ୍ଦୀ ଯୋଗୁଁ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିଛି। ପାଣି ଜମି ରହିବା ଦ୍ୱାରା ଗଭୀର ଖାଲଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି। ରାସ୍ତାର ଦୂରାବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହେଉଛି।  ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ। 

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!