ଇଣ୍ଡିଆ ଟିମ୍‌ର ଖେଳାଳିଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଇଂଲଣ୍ଡ ଗସ୍ତ ସାରି ଘର ବାହୁଡ଼ା ହୋଇଛି ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ୍‌ ଟିମ୍‌ । ଟି-୨୦ ସିରିଜ୍‌ରେ ଇଂଲଣ୍ଡଠାରୁ ୪-୩ରେ ପରାଜିତ ହୋଇଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ଲର୍ଡସ୍‌ ମଇଦାନରେ ଭାରତର ଐତିହାସିକ ବିଜୟ ସମସ୍ତଙ୍କ ମନ ଜିତିଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଟିମ୍‌ର ଖେଳାଳିଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଅଗଷ୍ଟ ୫ରୁ ୧୯ ତାରିଖ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୭ଟି ମ୍ୟାଚ୍‌ର ମିକ୍ସଡ୍‌ ଡିସଏବିଲିଟି ଟି-୨୦ ସିରିଜ୍‌ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ୪ଟି ମ୍ୟାଚ୍‌ ଜିତି ସିରିଜ୍‌ ନିଜ ନାଁରେ କରିଥିଲା । ତେବେ ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ପ୍ରଦର୍ଶନ ସିରିଜ୍‌ର ସବୁଠାରୁ ବଡ଼ ଆକର୍ଷଣ ପାଲଟିଥିଲା । ଲର୍ଡସ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୦୬ ରନ୍‌ର ବଡ଼ ସ୍କୋର କରିଥିଲା। ମାଜିଦ ମ୍ୟାକଗ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ଏହି ଇନିଂସ୍‌ର ମୁଖ୍ୟ ଆକର୍ଷଣ ଥିଲା । ମାତ୍ର ୧୯ଟି ବଲ୍‌ରେ ୬୮ ରନ୍‌ କରି ସେ ଇଂଲଣ୍ଡ ବୋଲରଙ୍କୁ ନାକେଦମ୍‌ କରିଥିଲେ । ତାଙ୍କ ଇନିଂସ୍‌ରେ ୩ଟି ଚୌକା ଓ ୭ଟି ଛକା ରହିଥିଲା ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!