ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ଙ୍କ ଇସ୍ତଫା । ଏ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ୨୦୨୬ IPL ପୂର୍ବରୁ ଫ୍ରାଞ୍ଚାଇଜି ସହ ସମ୍ପର୍କ ଶେଷ କରିଥିବା କୁହାଯାଇଛି ।
ରାଜସ୍ଥାନ ରୟାଲ୍ସ ମଧ୍ୟ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବିଷୟରେ ପୋଷ୍ଟ ସେୟାର କରି ଲେଖିଛି, ‘ଗୋଲାପୀ ରଙ୍ଗରେ ତୁମର ଉପସ୍ଥିତି ଯୁବ ଏବଂ ଅଭିଜ୍ଞ ଉଭୟଙ୍କୁ ପ୍ରେରଣା ଦେଇଛି। ସର୍ବଦା ରାଜକୀୟ। ସର୍ବଦା କୃତଜ୍ଞ।’
ଦ୍ରାବିଡ଼ ୨୦୨୪ ମସିହା ଜୁନରେ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ବିଶ୍ୱକପ୍ ବିଜୟ ପରେ ଜାତୀୟ ଦଳର ମୁଖ୍ୟ କୋଚ୍ ପଦରୁ ଅବସର ନେଇଥିଲେ । ୨୦୨୪ ସେପ୍ଟେମ୍ବର ୬ରେ ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା ।
ଦ୍ରାବିଡ଼ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ୨୦୧୧-୨୦୧୩ ପର୍ଯ୍ୟନ୍ତ ଖେଳିଥିଲେ । ୨୦୧୨ ରୁ ୨୦୧୩ ଅଧିନାୟକ ଏବଂ ମେଣ୍ଟର ଭାବେ ୨୦୧୪ ରୁ ୨୦୧୫ ଭାବେ କାର୍ଯ୍ୟ କରିଥିଲେ ।

