୨୦ରୁ ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍; ଲଢିବେ ୬ ଟିମ୍‌

ଷ୍ଟାଡିୟମରେ ଆସନ୍ତା ମାସ ୨୦ ତାରିଖରୁ ଆରମ୍ଭ  ହେବାକୁ ଯାଉଛି ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍‌ ସିଏମ  ଟ୍ରଫି-୨୦୨୬ । ରବିବାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଛି । ମୋଟ୍‌ ୬ଟି ଦଳକୁ ନେଇ  ଲିଗ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ  ସଭାପତି ପଙ୍କଜ ଲୋଚନ ମହାନ୍ତି କହିଥିଲେ,  ‘ଯୁବ ପ୍ରତିଭାଙ୍କ ପାଇଁ ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍‌  ଏକ ପ୍ଲାଟଫର୍ମ । ରାଜ୍ୟରେ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଭିଜନ ଓ ସମର୍ଥନକୁ ପ୍ରତିଫଳିତ କରି  ଏଥର ଲିଗ୍‌କୁ ସିଏମ୍‌ ଟ୍ରଫି ନାମ ଦିଆଯାଇଛି ।  
୨୦୨୬ ସଂସ୍କରଣରେ ମୋଟ୍‌ ୬ଟି ଦଳ ସାମିଲ  ହୋଇଛନ୍ତି ।’  ଗତ ସଂସ୍କରଣରେ କଟକ ପାନ୍ଥର୍ସ ଚାମ୍ପିଅନ  ହୋଇଥିଲା । କଟକ ସହ ଅନ୍ୟ ଦଳ ଗୁଡ଼ିକ  ହେଲେ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ,  ରାଉରକେଲା ଷ୍ଟିଲ୍ସ, ସମ୍ବଲପୁର ୱାରିୟର୍ସ  ଓ କେନ୍ଦୁଝର ମାଇନର୍ସ । ସଂପୂର୍ଣ୍ଣ ଲିଗରେ  ଖେଳାଯିବ ମୋଟ୍‌ ୧୭ଟି ମ୍ୟାଚ । ୨୯ ତାରିଖ  ଫାଇନାଲ ପୂର୍ବରୁ ଏକ ପ୍ରଦର୍ଶନୀ ମହିଳା ମ୍ୟାଚ  ଖେଳାଯିବା କାର୍ଯ୍ୟକ୍ରମ ରହିଛି । ଓସିଏ ସିଇଓ ସୁବ୍ରତ ବେହେରା  କହିଥିଲେ, ‘ଆସନ୍ତା ୬ ତାରିଖରେ ଖେଳାଳି ଡ୍ରାଫ୍ଟ ଅନୁଷ୍ଠିତ ହେବ । ଡ୍ରାଫ୍ଟରେ ସାମିଲ  ହୋଇଥିବା ଖେଳାଳିଙ୍କୁ ୫ଟି ବର୍ଗରେ ଭାଗ  କରିଛୁ । ଆଇକନ ପ୍ଲେୟାରଙ୍କୁ ୧ ଲକ୍ଷ ୨୫  ହଜାର, ଗ୍ରେଡ୍‌ ଏ’ ବର୍ଗର ଖେଳାଳିଙ୍କୁ ୧ ଲକ୍ଷ,  ଗ୍ରେଡ୍‌ ବି’ ଖେଳାଳିଙ୍କୁ ୭୫ ହଜାର, ଗ୍ରେଡ୍‌  ସି’ ଖେଳାଳିଙ୍କୁ ୫୦ ହଜାର ଏବଂ ଗ୍ରେଡ୍‌ ଡି’  ଖେଳାଳିଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ମିଳିବ ।  

ପୂର୍ବ ଥର ଭଳି ଚାମ୍ପିଅନ ଦଳଙ୍କୁ ୫୦ ଲକ୍ଷ ଏବଂ  ରନର୍ସଅପ୍‌ ଦଳଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର  ରାଶି ପ୍ରଦାନ କରାଯିବ ।’  ଟ୍ରଫି ଉନ୍ମୋଚନ ଅବସରରେ ଓସିଏ  ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସହ ଯୁଗ୍ମ ସମ୍ପାଦକ  ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ,  କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ  ଓ ସିଇଓ ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଓ ହଟଷ୍ଟାର ଏବଂ ତରଙ୍ଗ ଟିଭିରେ ଲିଗର ମ୍ୟାଚ ଗୁଡ଼ିକର ସିଧା ପ୍ରସାରଣ ହେବ । 

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!