କଠିନ ସମୟରେ ଦେଇଥିଲେ ସାଥ୍, କରିଲେ ଵିଵାହ

ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦ୍ରୁତ ବୋଲର୍‌ ୟଶ୍‌ ଦୟାଲ ନୂଆ ପାଳି ଆରମ୍ଭ କରିଛନ୍ତି। ଏକ ନିରାଡ଼ମ୍ବର ଉତ୍ସବରେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଶ୍ବେତା ପୁନ୍ଦୀରଙ୍କୁ ବିବାହ କରି ନେଇଛନ୍ତି ସେ।

ସୂଚନା ଅନୁସାରେ ଉଭୟଙ୍କ ବିବାହ ପରିବାରବର୍ଗଙ୍କ ଉପସ୍ଥିତିରେ ଗତମାସ ୪ ତାରିଖରେ ନୋଏଡାଠାରେ ଅନୁଷ୍ଠିତ ହୋଇଥିଲା। ଏହି ବିଷୟରେ କିନ୍ତୁ କାହାକୁ କିଛି ଖବର ଦିଆଯାଇ ନଥିଲା। ଦୟାଲ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଏଥିନେଇ କୌଣସି ସୂଚନା ଦେଇ ନଥିଲେ।

ତେବେ ନିକଟରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ବିବାହର କିଛି ଫଟୋ ଭାଇରାଲ୍‌ ହୋଇଛି। ଫଳରେ କ୍ରିକେଟ୍‌ ସହ ସାଧାରଣ ଜଗତ ଏହି ସେଲିବ୍ରିଟି ବିବାହ ବିଷୟରେ ଜାଣିବାକୁ ପାଇଛି। ଅତୀତରେ ଦୟାଲ ଆଇନଗତ ଲଢ଼େଇରେ ଛନ୍ଦି ହୋଇଯିବା ସହ ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗ ବି ଆଣିଥିଲେ।

ଏହି କଠିନ ସମୟରେ ଶ୍ବେତା ତାଙ୍କ ପାଖେପାଖେ ଛିଡ଼ା ହୋଇ ଦୃଢ଼ ସମର୍ଥନ ଦେଇଥିଲେ। ଶ୍ବେତାଙ୍କର ଇନ୍‌ଷ୍ଟାଗ୍ରାମରେ ଲକ୍ଷାଧିକ ଅନୁସରଣକାରୀ ଥିଲା ବେଳେ ସେ ମଧ୍ୟ ଇଣ୍ଟରନ୍ୟାସନାଲ୍‌ ଲିଜେଣ୍ଡ୍‌ସ ଲିଗ୍‌ର ପ୍ରସାରଣ ଓ ଉପସ୍ଥାପିକା ଦାୟିତ୍ବରେ ଥିଲେ।

Post Views15 Total Count

Apply Now


This will close in 0 seconds

error: Content is protected !!