କାବୁଲ ଉପରେ ପାକିସ୍ତାନର ବୋମାମାଡ଼,୪୦୦ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼ । ଆକ୍ରମଣରେ ୪୦୦ ମୃତ, ଶତାଧିକ ଆହତ ହୋଇଛନ୍ତି । କାବୁଲ ଆକାଶରେ କଳା ଧୂଆଁର ଆସ୍ତରଣ , ଚାରିଆଡ଼େ ନିଆଁ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ପ୍ରବଳ ବୋମାମାଡ଼ କରିଛି । ଏହି ଆକ୍ରମଣ ପରେ ସାରା ସହରରେ ନିଆଁ ଲାଗିଯାଇଛି ଏବଂ ଆକାଶରେ କେବଳ କଳା ଧୂଆଁ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରାଥମିକ ସୂଚନା ଅନୁଯାୟୀ, ଏହି ବିମାନ ଆକ୍ରମଣରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୪୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପାକିସ୍ତାନ ସେନା କାବୁଲର ୯ ନମ୍ବର ପୋଲିସ୍ ଜିଲ୍ଲାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ର ଉପରେ ମଧ୍ୟ ବୋମା ପକାଇଛି । ଏଠାରେ ଚିକିତ୍ସିତ ହେଉଥିବା ଅନେକ ଲୋକ ଏହି ଆକ୍ରମଣର ଶିକାର ହୋଇଛନ୍ତି । ହଠାତ୍ ଆକ୍ରମଣ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Post Views111 Total Count

Apply Now


This will close in 0 seconds

error: Content is protected !!