୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ । ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପତ୍ର ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ।
ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଏବେ ଖାଉଟିମାନେ ଚିନ୍ତାରେ ।କେଜି ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି ଉପରେ କଟକଣା ଜାରି କରିଛନ୍ତି ସରକାର। ଆଜି ଯୋଗାଣ ମନ୍ତ୍ରୀ ଏହି ଘୋଷଣା କଲା ପରେ ପୁଣି ସାରା ରାଜ୍ୟରେ ଅସନ୍ତୋଷ ବଢ଼ିଛି ।
ଅନ୍ୟ ରାଜ୍ୟରେ ୫ କେଜି ସିଲିଣ୍ଡର୍ ଉପରେ କଟକଣା ନଥିଲା ବେଳେ ହଠାତ ଓଡ଼ିଶା ସରକାର ଏପରି ପଦକ୍ଷେପ ନେବାକୁ ଗରିବ ଲୋକ ଓ ଛାତ୍ରସମାଜ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବେଆଇନ ଗ୍ୟାସ୍ କାରବାର ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଆଉ ଖୋଲା ବଜାରରେ କେହି ଗ୍ୟାସ୍ ବିକ୍ରି କରିପାରିବେ ନାହିଁ। କେବଳ ଲାଇସେନ୍ସପ୍ରାପ୍ତ ଏଜେନ୍ସିମାନେ ବିକ୍ରି କରିବେ ।

