ବିବାହର ମିଛ ପ୍ରତିଶ୍ରୁତି ଦେଇ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ

ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସମ୍ବଲପୁରର ଗଙ୍ଗାଧର ,ମେହେର ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଗୋପୀକାନ୍ତ ସୁନା (୩୨)।

ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଦହିତା ଗାଁର ଗୋପୀକାନ୍ତ ସୁନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏଜୁକେଶନ (ଶିକ୍ଷା) ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତିbତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷରେ ପଢ଼ନ୍ତି। ସେ ସମ୍ବଲପୁରରେ ଘର ଭଡ଼ା ନେଇ ରହନ୍ତି।ବୁଧବାର (ଜୁଲାଇ ୧୬ ତାରିଖ) ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ମହିଳା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ ୨୦୨୩ ଡିସେମ୍ବର ୧୮ ତାରିଖରୁ ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଗୋପୀକାନ୍ତ ସୁନା ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବାହା ହେବାକୁ ମନା କରି ଦେଇଥିଲେ।

ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କ ଜାଣିବାକୁ ପାଇଲେ ଯେ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁନା ଏହିଭଳି ଢଙ୍ଗରେ ଆହୁରି କିଛି ଛାତ୍ରୀଙ୍କୁ ଶୋଷଣ କରିଛନ୍ତି। ଏହା ତାଙ୍କୁ ଖୁବ୍ ମାନସିକ ଆଘାତ ଦେଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଶ୍ରୀ ସୁନା ତାଙ୍କ ପଦବୀର ଅପବ୍ୟବହାର କରିଛନ୍ତି ଓ ଅନେକ ନିରୀହ ଛାତ୍ରଛାତ୍ରୀଙ୍କୁ ହଇରାଣ କରିଛନ୍ତି। ଛାତ୍ରୀଙ୍କଠାରୁ ଏହି ଅଭିଯୋଗ ପାଇବା ପରେ ସମ୍ବଲପୁର ମହିଳା ଥାନା ପୁଲିସ୍ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁନାଙ୍କୁ ବୁଢ଼ାରାଜାର ପ୍ରଫେସର କଲୋନୀ ସ୍ଥିତ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରି ଘଟଣା ଯୋଗୁ ଶିକ୍ଷାନୁଷ୍ଠାନ ବଦନାମ ହେଉଛି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଶିକ୍ଷା ବିଭାଗର ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମାନସିକ ନିର୍ଯାତନା ଦେଉଥିବା ବେଳେ ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳତ ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତିକ ବାତାବରଣ ବେଶ୍ ଉଷ୍ମ ରହିଛି।

Post Views3 Total Count

Apply Now


This will close in 0 seconds

error: Content is protected !!