ନିଜ ସମ୍ପତ୍ତି ବିକ୍ରି କରି ପାରିବେ ନାହିଁ ସୁଭାଷ ଚନ୍ଦ୍ର

ଶିଳ୍ପପତି ତଥା ଏସେଲ୍ ଗ୍ରୁପ୍ ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କ ମାମଲାର ଶୁଣାଣି କରିଛନ୍ତି ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ୍ ବା ଏନସିଏଲଟି । ସୁଭାଷଙ୍କ ସହ ଜଡିତ ଦେବାଳିଆ ମାମଲାରେ ଟ୍ରିବ୍ୟୁନାଲ୍ ଗତ ଅଗଷ୍ଟ ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ।

କୌଣସି ଗ୍ୟାରେଣ୍ଟି ଭାବେ ସୁଭାଷ ନିଜ ସମ୍ପତ୍ତିକୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ କାହାକୁ ବିକ୍ରି କରିପାରିବେ ନାହିଁ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି ।ମାମଲାର ଶୁଣାଣି କରୁଥିବା ତିନି ସଦସ୍ୟଙ୍କ ନିର୍ଦ୍ଦେଶରେ ମତଭେଦ ସାମ୍ନାକୁ ଆସିବା ପରେ ଏବେ ଏହି ମାମଲାକୁ ଏନସିଏଲଟିର ୫ ଜଣ ସଦସ୍ୟ ବିଚାର କରୁଛନ୍ତି। ମାମଲା ଏବେ ୫ ଜଣିଆ ପୀଠଙ୍କ ଦ୍ୱାରା ଶୁଣାଣି ହେଉଛି ।

ମଙ୍ଗଳବାର ମାମଲାର ଶୁଣାଣି ବେଳେ ସ୍ୱତନ୍ତ୍ର ବେଞ୍ଚ୍ କହିଛନ୍ତି ଯେ, ପୂର୍ବରୁ ଦିଆଯାଇଥିବା ଆଦେଶରେ ଅନେକ ଫରକ ଥିଲା । କୌଣସି ସ୍ପଷ୍ଟ ବହୁମତ ରାୟ ପ୍ରକାଶ ପାଇନଥିଲା। ଫଳରେ ନିର୍ଦ୍ଦେଶକୁ ଲାଗୁ କରାଯାଇ ପାରିନଥିଲା । ଏହାସହ ଟ୍ରିବ୍ୟୁନାଲ୍ ସମସ୍ତ ପକ୍ଷଙ୍କୁ ନୋଟିସ କରିଛନ୍ତି । ତେବେ ଆଜିର ଆଦେଶ ସେହି ଆଦେଶର କିଛି ଦିନ ପରେ ଆସିଛି ଯେତେବେଳେ ସୁଭାଷଙ୍କୁ ୬.୫ କୋଟି ଟଙ୍କା ସୁଝିବାକୁ କୁହାଯାଇଥିଲା । ଏହାଦ୍ୱାରା ସେ ନିଜକୁ ଦେବାଳିଆ ଘୋଷଣାରୁ ମାମଲାରୁ ମୁକୁଳିପାରିବେ। ତାଙ୍କ ଉପରେ ୨୨ ହଜାର କୋଟିରୁ ଅଧିକ ଟଙ୍କାର ଋଣ ବୋଝ ନେଇ ମାମଲା ହୋଇଥିଲେ ବି ୬ କୋଟି ୨୫ ଲକ୍ଷରେ ରଫାଦଫା ନେଇ କୁହାଯାଇଥିଲା ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!