ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା

ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନରେ ଭୋଟ ଗ୍ରହଣ ହେବ । ଏହା ସହିତ ପଶ୍ଚିମ ବଙ୍ଗର ଗୋଟିଏ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନରେ ବି ଗୋଟିଏ ଦିନ ଭୋଟ୍ ଗ୍ରହଣ ହେବ । ଉତ୍ତରପ୍ରଦେଶର ୧୦ ଟି ଆସନର କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ । ସେପ୍ଟେମ୍ବର ୨୯ ରେ ବିଜ୍ଞପ୍ତି ଜାରି କରାଯିବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୬ । ପରଦିନ ଅର୍ଥାତ୍ ଅକ୍ଟୋବର ୭ ରେ ଯାଞ୍ଚ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୯ । ଅକ୍ଟୋବର ୧୬ ରେ ମତଦାନ ପରେ ଗଣନା ସହ ଫଳାଫଳ ପ୍ରକାଶ ପାଇବ । ସବୁଠାରୁ ବଡ଼ କଥା ହେଉଛି ୧୦ଟି ଆସନରୁ ୧୦ଟି ଉତ୍ତରପ୍ରଦେଶର । ଆସନ୍ତାବର୍ଷ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଉପରେ ନଜର ରହିବ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!