ବିହାରର ଜମୁଇରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବକୁ ପୁଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି ।
ଗୁଳିବିନିମୟ ସମୟରେ ନନ୍ଦନର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ଆହତ ଅବସ୍ଥାରେ ତାକୁ ଜମୁଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ହରେ ରାମ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।
ତାର ଗୋଡ଼ ଭାଙ୍ଗିଥିବା କୁହାଯାଉଛି । ଏନକାଉଣ୍ଟର ପରେ ଉଭୟ ଅଭିଯୁକ୍ତଙ୍କୁ ଜମୁଇ ସଦର ହସ୍ପିଟାଲକୁ ନିଆଯାଇଥିଲା । ଘଟଣାର ଆରମ୍ଭ ଏକ ଭିଡିଓ ଭାଇରାଲ୍ ହେବା ପରେ ହୋଇଥିଲା । ରବିବାର ଜମୁଇର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା ।

