ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌ | ମହାରାଷ୍ଟ୍ର ସରକାର ୨ ସେପ୍ଟେମ୍ବରରେ ଏନେଇ ଏକ ସରକାରୀ ପ୍ରସ୍ତାବ ଜାରି କରିଛନ୍ତି । ଏହି ନିୟମ ସମସ୍ତ ସରକାରୀ ଓ ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍ ସହ ମିଟିଂ, ଇଭେଣ୍ଟ, ଟ୍ରେନିଂ ସେସନ୍ ଏବଂ କନ୍‌ଫରେନ୍ସରେ ପରିବେଷଣ ହେଉଥିବା ଖାଦ୍ୟ ଉପରେ ମଧ୍ୟ ଲାଗୁ ହେବ।

ସରକାରଙ୍କ ‘ହେଲ୍‌ଥି ମେନ୍ୟୁ’ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (ICMR-NIN) ଏବଂ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତୁତ ହେବ।

ଏଥିରେ କମ୍ ଲୁଣ, କମ୍ ଚିନି ଓ କମ୍ ତେଲରେ ପ୍ରସ୍ତୁତ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ରହିବ। ଖରାପ ଜୀବନଶୈଳୀ ଯୋଗୁଁ ଡାଇବେଟିସ୍, ହାଇ ବ୍ଲଡ୍ ପ୍ରେସର, ମୋଟାପଣ ଓ ହୃଦଘାତ ଭଳି ସମସ୍ୟା ବଢ଼ୁଥିବାରୁ ସରକାର ଅଫିସ୍‌ରେ ଲୋକଙ୍କୁ ଜଙ୍କ ଫୁଡ୍ ବଦଳରେ ସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ଚାହୁଁଛନ୍ତି।

ସରକାରୀ କାର୍ଯ୍ୟାଳୟରେ ଫଳ, ଭଜା କିମ୍ବା ସିଝା ଚଣା, କମ୍ ଲୁଣ ଥିବା ବାଦାମ, ଅଙ୍କୁରିତ ଶସ୍ୟର ସାଲାଡ୍, ଭେଜିଟେବଲ୍ ପୋହା, ଉପମା, ଇଡ୍‌ଲି-ସାମ୍ବାର, ବାଜରା ଖେଚୁଡ଼ି, ଥାଲିପିଠ୍, ସିଝା ଅଣ୍ଡା, ଡ୍ରାଏ ଫ୍ରୁଟ୍ସ ଓ ସାଲାଡ୍ ପରିବେଷଣ କରିବାକୁ କୁହାଯାଇଛି।

ଚା’ ଓ କଫି ବଦଳରେ ନଡ଼ିଆ ପାଣି, ଛାଛ, ସୋଲକଢ଼ି, ବିନା ଚିନିର କ୍ଷୀର, ଗ୍ରୀନ୍ ଟି, ହର୍ବାଲ୍ ଟି ଏବଂ କମ୍ ଚିନି କିମ୍ବା ଗୁଡ଼ରେ ପ୍ରସ୍ତୁତ ଲେମ୍ବୁ ପାଣି ଭଳି ବିକଳ୍ପ ଦେବାକୁ ପରାମର୍ଶ ଦିଆଯାଇଛି। ଲଞ୍ଚ ଓ ଡିନର୍‌ରେ ଜୁଆର, ବାଜରା ଓ ରାଗି ରୁଟି, ମଲ୍ଟିଗ୍ରେନ୍ ରୁଟି, ବ୍ରାଉନ୍ ରାଇସ୍, ଡାଲି, ଅଙ୍କୁରିତ ଶସ୍ୟର ବ୍ୟଞ୍ଜନ, ସବୁଜ ଓ ଋତୁକାଳୀନ ପନିପରିବା, ଦହି, ଛାଛ ଏବଂ ସାଲାଡ୍ ରଖିବାକୁ କୁହାଯାଇଛି।ସରକାରୀ ନିର୍ଦ୍ଦେଶ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ ପାଇଁ ଏକ ‘ମେନ୍ୟୁ ଇନ୍‌ସ୍ପେକ୍ସନ୍ କମିଟି’ ଗଠନ କରାଯିବ। ଏହା ସହ ଜଣେ ନୋଡାଲ୍ ଅଫିସର୍‌ଙ୍କୁ ମଧ୍ୟ ନିଯୁକ୍ତ କରାଯିବ।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!