ଏୟାର୍ ଇଣ୍ଡିଆର ବରିଷ୍ଠ ପାଇଲଟ୍ ଙ୍କ ମୃତଦେହ ଉଦ୍ଧାର

ରାଜଧାନୀ ଦିଲ୍ଲୀର ଏକ ଅଭିଜାତ ହୋଟେଲରୁ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟ୍ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ପାଇଲଟଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ମୁମ୍ବାଇର ବାସିନ୍ଦା ଥିଲେ ।

ଉଡ଼ାଣ ମଧ୍ୟବର୍ତ୍ତୀକାଳୀନ ରହଣି (ଲେ-ଓଭର) ପାଇଁ ସେ ଦିଲ୍ଲୀ ଆସି ହୋଟେଲରେ ରହିଥିଲେ ।ଦିଲ୍ଲୀ ବସନ୍ତ କୁଞ୍ଜସ୍ଥିତ ‘ଦି ଗ୍ରାଣ୍ଡ୍’ ହୋଟେଲରେ ରହୁଥିବା ସମୟରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ନିଜ କୋଠରୀରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ପୃକ୍ତ ପାଇଲଟ୍ ଜଣକ ପୂର୍ବରୁ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ରେ କାର୍ଯ୍ୟ କରୁଥିଲେ ଏବଂ ମାତ୍ର କିଛି ମାସ ପୂର୍ବେ ‘ଏୟାର୍ ଇଣ୍ଡିଆ’କୁ ସ୍ଥାନାନ୍ତର ହୋଇଥିଲେ । ଆଜି ଭୋରରୁ ତାଙ୍କର ଏକ ବିମାନ ଉଡ଼ାଣ ପରିଚାଳନା କରିବାର କାର୍ଯ୍ୟସୂଚୀ ରହିଥିଲା ।

ଏହି ଆକସ୍ମିକ ବିୟୋଗରେ ଏୟାର୍ ଇଣ୍ଡିଆ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!