ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬, ଓଡ଼ିଶାର ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ସହନଶୀଳ ଜଳ ପରିଚାଳନା ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା।
ଓଡ଼ିଶା ପାଭିଲିୟନlରେ  ଜଳ ସଂରକ୍ଷଣ ଓ ବଣ୍ଟନ, ଜଳର ଦକ୍ଷ ବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା ମଡେଲ୍ ପ୍ରଦର୍ଶିତ ହୋଇଥିଲା। ଜଳ ସମ୍ପଦ ଭିତ୍ତିଭୂମି, କୃଷି ନବୀନତା ଓ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ କୃଷକ ଓ ସମୁଦାୟର ଜୀବିକାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ପ୍ରଦର୍ଶିତ ହୋଇଥିଲା।
ଓଡ଼ିଶା ଜଳସେଚନ ପ୍ରକଳ୍ପ ନିମନ୍ତେ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ) ଏହି ପ୍ରଦର୍ଶନୀର ଏକ ପ୍ରମୁଖ ଆକର୍ଷଣ ଥିଲା। ଏଥିରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ସହ ଧାନ ଚାଷ, ସବୁଜ ସାର ପ୍ରୟୋଗ, ଫସଲ ବିବିଧୀକରଣ, ସମନ୍ୱିତ ଧାନ-ମାଛ ଚାଷ ଏବଂ କଷ୍ଟମ୍ ହାୟାରିଂ ସେଣ୍ଟର ମାଧ୍ୟମରେ କୃଷି ଯନ୍ତ୍ରପାତି ଉପଲବ୍ଧତା ଭଳି ପଦକ୍ଷେପ ପ୍ରଦର୍ଶିତ ହୋଇଥିଲା।
ଏଥିସହ କାନପୁର ଜଳସେଚନ ପ୍ରକଳ୍ପର ମଡେଲ୍ ମାଧ୍ୟମରେ ରାଜ୍ୟର ବୃହତ୍ ଜଳସେଚନ ଭିତ୍ତିଭୂମି ଏବଂ ଆବଶ୍ୟକତା ଅନୁଯାୟୀ ଜଳ ପହଞ୍ଚାଇବା ଉପରେ ଗୁରୁତ୍ୱ ପ୍ରଦର୍ଶିତ ହୋଇଥିଲା। ପାଣି ପଞ୍ଚାୟତ ସମ୍ପର୍କିତ ପ୍ରଦର୍ଶନୀରେ ଜଳ ବ୍ୟବହାର ଯୋଜନା ଓ ଜଳସେଚନ ପରିଚାଳନାରେ କୃଷକ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର ଭୂମିକାକୁ ଉପସ୍ଥାପିତ କରାଯାଇଥିଲା। ବେଷ୍ଟ ପ୍ରାକ୍ଟିସେସ୍ କର୍ଣ୍ଣର୍ ଓ ବିଭିନ୍ନ ଇଣ୍ଟରାକ୍ଟିଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଓ ସମୁଦାୟ ଭିତ୍ତିକ ସମାଧାନ ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଯାଇଥିଲା।
ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ସହଯୋଗୀ ରାଜ୍ୟ ଭାବେ ଓଡ଼ିଶା ଏହି ମଞ୍ଚରେ ନିଜ ଅଭିଜ୍ଞତା ଆଦାନ-ପ୍ରଦାନ କରିବା ସହ ଜଳବାୟୁ ପରିବର୍ତ୍ତନଜନିତ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅନ୍ୟ ସ୍ଥାନରେ ଗ୍ରହଣ କରାଯାଉଥିବା ପଦକ୍ଷେପରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଥିଲା।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!