ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନାଁ ରେ ମାମଲା

ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀ । ତାଙ୍କ ବିରୋଧରେ ଆଗ୍ରାର ଏକ କୋର୍ଟରେ ଦାଖଲ ହୋଇଛି ଆପରାଧିକ ମାନହାନି ମାମଲା । ଅଧିବକ୍ତା ଅଜୟ ପ୍ରତାପ ସିଂହ ଏହି ଅଭିଯୋଗ ଦାଖଲ କରିଛନ୍ତି ।

ଶ୍ରୀକୃଷ୍ଣଙ୍କ ବଂଶଧରଙ୍କ ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠାକୁ ଏହି ମନ୍ତବ୍ୟ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି ।ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କରେରାରେ ଏକ ରାମକଥା କାର୍ଯ୍ୟକ୍ରମ ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଠିଆ ହେବାର ଶୈଳୀକୁ ତୁଳନା କରିଥିଲେ ।

ସେ କହିଥିଲେ ଯେ ଶ୍ରୀକୃଷ୍ଣଙ୍କୁ ମାନୁଥିବା ଲୋକଙ୍କୁ ହୁଏତ ଏହା ଖରାପ ଲାଗିପାରେ, କିନ୍ତୁ କୃଷ୍ଣ ତିନୋଟି ସ୍ଥାନରୁ ବଙ୍କା ହୋଇ ଠିଆ ହୁଅନ୍ତି । ଏହି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା ।ଅଭିଯୋଗକାରୀ ଅଜୟ ପ୍ରତାପ ସିଂହଙ୍କ ଯୁକ୍ତି ହେଉଛି, ଦ୍ୱାପର ଯୁଗରେ ମାନବ ରୂପରେ ଜନ୍ମ ନେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଧର ଆଜି ମଧ୍ୟ ଭାରତରେ ଅଛନ୍ତି । ଏହାର ଉଦାହରଣ ଭାବେ ସେ ଜାଦୌନ, ଜାଡେଜା ଓ ଭାଟି ଭଳି ସମ୍ପ୍ରଦାୟର ଐତିହାସିକ ଉଲ୍ଲେଖ କରିଛନ୍ତି । ଏପରିକି ସେ ନିଜେ ମାତୃପକ୍ଷରୁ ଶ୍ରୀକୃଷ୍ଣଙ୍କ ବଂଶଧର ବୋଲି ଦାବି କରିଛନ୍ତି । ତେଣୁ ଏହି ମନ୍ତବ୍ୟ ଦ୍ୱାରା ଶ୍ରୀକୃଷ୍ଣଙ୍କ ବଂଶଧରଙ୍କ ସମ୍ମାନହାନି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!