ପରାଗ ଅଗ୍ରୱାଲ ଙ୍କ ଠାରୁ ଭଲ ଫ୍ଲୋକି !

ପୂର୍ବରୁ ଟ୍ୱିଟରର ସିଇଓ ଥିଲେ ପରାଗ ଅଗ୍ରୱାଲ । ହେଲେ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ପରାଗ ଅଗ୍ରୱାଲଙ୍କୁ ବାହାର କରିଦେଇଥିଲେ ।

ପରାଗଙ୍କୁ ହଟାଇବା ପରେ ଏବେ ଫ୍ଲୋକିକୁ ଟ୍ୱିଟରର ସିଇଓ ବୋଲି କହିଛନ୍ତି ମସ୍କ ।ଏଲନ ମସ୍କ ଏକ କୁକୁରକୁ ଟ୍ୱିଟରର ସିଇଓ ଭାବେ ପରିଚିତ କରାଇଛନ୍ତି । ଏହି କୁକୁରଟି ମସ୍କଙ୍କ ପାଳିତ କୁକୁର ଓ ଏହାର ନାମ ଫ୍ଲୋକି ବୋଲି କୁହାଯାଇଛି ।

ମସ୍କ ଏଭଳି କହି ସିଧା ସଳଖ ପରାଗ ଅଗ୍ରୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ସୂଚନା ଥାଉକି ୪୪ ବିଲିୟନ ଡଲାର ଦେଇ ମସ୍କ ଟ୍ୱିଟରକୁ କିଣିବାର ମାତ୍ର କିଛିଦିନ ମଧ୍ୟରେ ସିଇଓ ପଦରେ ଥିବା ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାର କରିଦେଇଥିଲେ ।

କେବଳ ଅଗ୍ରୱାଲ ନୁହଁନ୍ତି ଅନେକ ପୁରୁଣା କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଦେଇଥିଲେ ମସ୍କ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!