JSP କୁ ସିଏସ୍ଆର୍ ଜର୍ନାଲ୍ ଆଓ୍ବାର୍ଡ

ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର’ (ଜେଏସପି)କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜେଏସପିକୁ ସମ୍ମାନଜନକ ସିଏସ୍ଆର୍ ଜର୍ନାଲ୍ ଆଓ୍ବାର୍ଡ ଦିଆଯାଇଛି।

ଏପରିକି ମୁମ୍ବାଇ ସ୍ଥିତ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସପିର ସଭାପତି ତଥା ଗ୍ରୁପ ମୁଖ୍ୟ (ସିଏସଆର) ପ୍ରଶାନ୍ତ ହୋତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପୂର୍ବତନ ନିର୍ବାଚନ କମିଶନର ଜେଏସ୍ ସାହାରିଆଙ୍କଠାରୁ ସିଏସ୍ଆର୍ ଜର୍ନାଲ ଉତ୍କର୍ଷ ପୁରସ୍କାର ୨୦୨୨ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସିଏସଆର କାର୍ଯ୍ୟକ୍ରମ ପାଇଁ କମ୍ପାନୀମାନଙ୍କୁ ପ୍ରଶଂସା କରିଥିଲେ।

ଅପରପକ୍ଷରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଜେଏସପି ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ‘ଆଶା-ଦ ହୋପ’ର ବିଭିନ୍ନ ପଦକ୍ଷେପ ନିମନ୍ତେ ଜେଏସପିକୁ ଉକ୍ତ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!