ଶୂନ୍ୟକାଳରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ବିଲ୍ ଆଗତ କରିବାକୁ ବାଚସ୍ପତିଙ୍କ ରୁଲିଂ

ବିଧାନସଭାରେ ପୁଣି ଉଠିଲା ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର। ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ବିଧାୟକଙ୍କ ଦରମା ବୃଦ୍ଧି ତଥା ରାଜ୍ୟରେ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ସମ୍ପର୍କରେ ଏକ ବିଲ୍‌ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ସଂପୃକ୍ତ ରିପୋର୍ଟ ଦାଖଲ ସତ୍ତ୍ୱେ ବେତନ ବୃଦ୍ଧି ଦିଗରେ ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଜଣା ପଡିନାହିଁ। ଏହି ସଂପର୍କରେ ଏକ ବିଲ୍ ଉପସ୍ଥାପନ କରିବାକୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ ସମସ୍ତ ଦଳର ବିଧାୟକମାନେ ଓଡିଶା ବିଧାନସଭାରେ ଦରମା ବୃଦ୍ଧି ଦାବି କରିଛନ୍ତି। ଅମତ ଶତପଥୀଙ୍କ ନେତୃତ୍ୱରେ କମିଟି ଏହାର ରିପୋର୍ଟ ଦାଖଲ କରିସାରିଛି। ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କରେ ବିଧାନସଭା ଗୃହରେ ବିଲ୍ ଆଗତ କରିବାକୁ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି

ସୂଚନାଯୋଗ୍ୟ ୨୦୨୨ ଜୁଲାଇରେ ହୋଇଥିବା ବିଧାନସଭା ବୈଠକ ସମୟରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିଜେପି,କଂଗ୍ରେସ ଓ ବିଜେଡି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଶେଷ ଥର ପାଇଁ ୧୩.୦୯.୨୦୧୭ ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା ଆଉ ଏବେ ସବୁ ରେଟ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।

 ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ ୯୮ ହଜାର ରହିଛି ତେଣୁ ତାକୁ ବଢାଯିବା ଉଚିତ ବୋଲି କହିଛନ୍ତି ଅନେକ ବିଧାୟକ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଥିଲେ ଅନେକ ସାମାଜିକ କାର୍ଯ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି ଏହା ସହ ପୂର୍ବତନ ବିଧାୟକ ମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଥିଲେ ତାରା

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!