ଜି-୨୦ ପର୍ଯ୍ୟଟନ ବୈଠକରେ ଯୋଗଦେବେ ଜେ.କେ. ମହାନ୍ତି

ଚଳିତ ବର୍ଷ ସମ୍ମାନଜନକ ଜି-୨୦ ସମ୍ମିଳନୀ ଭାରତରେ ହେବାକୁ ଯାଉଛି। ଏପରିକି ଉକ୍ତ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ କେନ୍ଦ୍ର ସରକାର ଅନେକ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ଜି-୨୦ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ସେହିଭଳି ଚଳିତ ବର୍ଷ ଏପ୍ରିଲ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଜି-୨୦ ପର୍ଯ୍ୟଟନ ସମ୍ମିଳନୀ ସହିତ ଗ୍ରେଟ୍ ଇଣ୍ଡିଆନ ଟ୍ରାଭେଲ ବଜାର(ଜିଆଇଟିବି) ମଧ୍ୟ ଆୟୋଜିତ ହେବ। ଏପରିକି ଉକ୍ତ ସମ୍ମିଳନୀରେ ଜି-୨୦ ସମେତ ୫୫ ଦେଶରୁ ୨୮୦ରୁ ଊର୍ଦ୍ଧ୍ୱ ବିଦେଶୀ ଟୁର୍ ଅପରେଟର ଯୋଗଦେଇ ଭାରତୀୟ ପ୍ରଦର୍ଶନକାରୀମାନଙ୍କ ସହ ମତ ବିନିମୟ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ଉକ୍ତ ସମ୍ମିଳନୀରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ବିଶେଷ କରି ପର୍ଯ୍ୟଟନର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ସହ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ଅପରପକ୍ଷରେ ଉକ୍ତ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଆୟୋଜିତ ପ୍ୟାନେଲ ଆଲୋଚନାଚକ୍ର ଜୟପୁରର ରାମବାଗ ପ୍ୟାଲେସ୍ରେ ହେବ। ଉକ୍ତ ଆଲୋଚନା ଚକ୍ରରେ ଫିକି ପର୍ଯ୍ୟଟନ କମିଟିର ସହ ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍ର ସିଏମ୍ଡି ଜେ.କେ. ମହାନ୍ତି ବକ୍ତାଭାବେ ଯୋଗଦେବା ପାଇଁ ଆୟୋଜକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ଏପରିକି ଉକ୍ତ ସମ୍ମିଳନୀ ବୈଠକରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଅଭିଜ୍ଞ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଉକ୍ତ ସମ୍ମିଳନୀ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ଜେ.କେ. ମହାନ୍ତି ମତପ୍ରକାଶ କରିଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!