ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡିରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ୪ଜଣ ଯବାନ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣା ଭଟ୍ଟ ଦୁରିଆନ୍ ଅଞ୍ଚଳରେ ଘଟିଛି। ଅଗ୍ନିକାଣ୍ଡରେ କିଛି ଯବାନ ଆହତ ହୋଇଥିବା ଖବର ମଧ୍ୟ ରହିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା।
ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆଖପାଖ ଅଞ୍ଚଳରେ ବହୁତ ଦୂରରେ ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି। ପୋଲିସ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହିତ ପୋଲିସ ଏହି ମାମଲା ପଞ୍ଜୀକୃତ କରିଛି ଏବଂ ସେନା ମଧ୍ୟ ନିଜ ସ୍ତରରେ ଏହାର ତଦନ୍ତ ଆରମ୍ଭ କରିଛି।
VIDEO | Indian Army vehicle catches fire in Jammu and Kashmir's Poonch sector. More details are awaited. pic.twitter.com/E4gyvthM54
— Press Trust of India (@PTI_News) April 20, 2023

