ଖୋଲିବ ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଆଇପିଓ

ୱିନ୍ଫୋର୍ଡ ଇନ୍ଭେଷ୍ଟମେଣ୍ଟ ଲିମିଟେଡ୍ ହେଉଛି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍ର ପ୍ରାୟୋଜକ ଏବଂ ନେକ୍ସସ୍ ସିଲେକ୍ଟ ମଲ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଏହାର ମ୍ୟାନେଜର।

ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍ ଲିମିଟେଡ୍ ହେଉଛି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍ର ଟ୍ରଷ୍ଟି। ଏ ସମ୍ପର୍କରେ ବ୍ଲାକ୍ଷ୍ଟୋନ୍ ଏସିଆ ପାସିଫିକ୍ର ଅଧ୍ୟକ୍ଷ ଓ ରିଅଲ ଇଷ୍ଟେଟ୍ ଏସିଆର ମୁଖ୍ୟ କ୍ରିସ୍ ହେଡି କହିଛନ୍ତି, ଭାରତର ପ୍ରଥମ ରିଟେଲ କୈନ୍ଦ୍ରିକ ଆର୍ଇଆଇଟି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍ର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିତ।

ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ମେ ୯ ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହା ଜରିଆରେ କମ୍ପାନୀ ପ୍ରାୟ ୩୨୦୦ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଏହି ପବ୍ଲିକ୍ ଅଫର ଜରିଆରେ କମ୍ପାନୀ ୧୪୦୦ କୋଟି ଟଙ୍କାର ନୂଆ ଶେୟାର ଜାରି କରିବ ଏବଂ ୧୮୦୦ କୋଟି ଟଙ୍କାର ଅଫର ଫର୍ ସେଲ୍ରେ ଅଂଶଧନକାରୀଙ୍କ ଶେୟାର ଉପଲବ୍ଧ କରାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ଅଫରର ଶେୟାର ପିଛା ଦାମ୍ ୯୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ଏହି ଅଫର ୨୦୨୩ ମେ ୧୧ରେ ବନ୍ଦ ହେବ। ଏହାର ଆଙ୍କର ନିବେଶକମାନେ ୨୦୨୩ ମେ ୮ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!