ମଧ୍ୟାହ୍ନଭୋଜନରେ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ମାଣ୍ଡିଆ ଲଡୁ

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଦିଆଯିବ ପୋଷଣ ଯୁକ୍ତ ମାଣ୍ଡିଆ ଲଡୁ। ପ୍ରଥମରୁ ଦଶମଶ୍ରେଣୀ ପଯର୍ର୍ୟନ୍ତ ପାଠପଢ଼ୁଥିବା ପିଲାମାନେ ଏହାକୁ ଖାଇବେ।

ଏପ୍ରିଲ ୧ରୁ ଗୋଟିଏ ସପ୍ତାହରେ ପ୍ରତି ପିଲାଙ୍କୁ ୩ଟି ଲଡୁ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି।

ବିଦ୍ୟାଳୟରେ ପାଠପଢ଼ୁ୍ଥିବା ପିଲାମାନେ ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ପୋଷଣ ଲଡୁ ଖାଇପାରିବେ। ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଏହି ଲଡୁ ମିଳିବ।

ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା। ଏବେ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ସକାଳ ସମୟରେ ପିଲାଙ୍କୁ ପୋଷଣ ଲଡୁ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି।

Post Views13 Total Count

Apply Now


This will close in 0 seconds

error: Content is protected !!