ଆଜି ବିଧାନସଭା ଘେରିବ କଂଗ୍ରେସ, ଟ୍ରାଫିକ ଜାମ

ଆଜି ବିଧାନସଭା ଘେରିବ କଂଗ୍ରେସ। ଆଜି କଂଗ୍ରେସର ବଡ଼ ଆନ୍ଦୋଳନ । ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ । ଷ୍ଟ୍ରାଇକରେ ସାମିଲ ହେବେ ଦଳର ସବୁ ତୁଙ୍ଗ ନେତା ।

ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା ବିଗିଡିପାରେ। ଟ୍ରାଫିକ ଜାମ ହେବାରୁ ଲୋକେ ହନ୍ତସନ୍ତ ହେବେ । କଂଗ୍ରେସର ଆନ୍ଦୋଳନକୁ ଦେଖି ସତର୍କ ରହିଛି କମିଶନରେଟ ପୋଲିସ । ରାଜଧାନୀରେ ବିଭିନ୍ନ ଫୋର୍ସ ମୁତୟନ କରାଯାଇଛି। ସକାଳ ୯ରୁ ଅପରାହ୍ଣ ୩ଟା ଯାଏ ରୁପାଲି ଛକରୁ ରାଜମହଲ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି।

ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଆଉ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବାପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!