ଝାରସୁଗୁଡାରେ ମତଦାନ: ଭୋଟ ଦେଲେ ଦୁଇ ପ୍ରାଥି

ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ଝାରସୁଗୁଡାରେ ମତଦାନ । ମତଦାନ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା ।

ଦିନ ବଢିବା ସହ ଭୋଟରଙ୍କ ଭିଡ ମତଦାନ କେନ୍ଦ୍ରରେ ବଢୁଥିବା ଲକ୍ଷ୍ୟ କରାଯାଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି ।

ଇତି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି ।

ଇତିମଧ୍ୟରେ ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଥିବାବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!