ନୂତନ ସଂସଦ ଭବନ ଡିଜାଇନ୍ କରିଛନ୍ତି ବିମଲ ପଟେଲ, ଜାଣନ୍ତୁ ସେ କିଏ?

ନୂଆ ସାଂସଦ ଭବନ ବେଶ୍ ସୁନ୍ଦର ଏବଂ ଭବ୍ୟ ହୋଇଛି। ଏତେ ସୁନ୍ଦର ଘର ତିଆରି କରିବା ପଛରେ କିଏ ରହିଛନ୍ତି ଜାଣନ୍ତି କି। ଲୋକପ୍ରିୟ ଆର୍କିଟେକ୍ଟର ବିମଲ ପଟେଲଙ୍କ କଳାକୃତିର ଝଲକ ରହିଛି ସଂସଦ ଭବନରେ। କେବଳ ସଂସଦ ଭବନ ନୁହେଁ, କାଶୀ ବିଶ୍ୱନାଥ କରିଡର ସୌନ୍ଦର୍ଯ୍ୟକରଣ କରିବାର ଶ୍ରେୟ ମଧ୍ୟ ବିମଲଙ୍କୁ ମିଳେ।
ତେବେ ଆଗମ ଖାନ ଏକାଡେମୀ ହାଇଦ୍ରାବାଦ, ଉଦୟମିତା ବିକାଶ ପ୍ରତିଷ୍ଠାନ, ଗୁଜୁରାଟ ହାଇକୋର୍ଟ, ଆଇଆଇଏମ ଅହମ୍ମଦାବାଦର ନୂତନ କ୍ୟାମ୍ପସ, ସାବରମାତି ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ସହିତ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରିଛନ୍ତି ବିମଲ ପଟେଲ।
ନିଆରା ପ୍ରତିଭା ନେଇ ଡକ୍ଟର ବିମଲ ପଟେଲଙ୍କୁ ୨୦୧୯ରେ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିଲା। ବିମଲ ପଟେଲ ଅହମ୍ମଦାବାଦର ବାସିନ୍ଦା। ତାଙ୍କ ବାପା ହସମୁଖ ପଟେଲ ମଧ୍ୟ ଜଣେ ସ୍ଥପତି ଥିଲେ।
ଏବେ ଡକ୍ଟର ପଟେଲ ହେଉଛନ୍ତି CEPT ବିଶ୍ୱବିଦ୍ୟାଳୟର ସଭାପତି।
ସେ ଡିଜାଇନ୍ ଫାର୍ମ HCP ଡିଜାଇନ୍, ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ବିମଲ ପଟେଲଙ୍କୁ ୱାର୍ଲ୍ଡ ଆର୍କିଟେକଚର ଆୱାର୍ଡ, ୟୁଏ ସେଣ୍ଟର ଫର ହ୍ୟୁମାନ ସେଟଲମେଣ୍ଟସ ଆୱାର୍ଡ ଅଫ୍ ଏକ୍ସଲେନ୍ସ ଆୱାର୍ଡ ମଧ୍ୟ ମିଳିଛି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!