ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ୬୬୧ ପରିବାରକୁ ମିଳିଲାଣି ସହାୟତା ରାଶି

ବାହାନଗା ଟ୍ରେନ୍ ଦୁର୍ଘଟଣାର ଏପର୍ୟ୍ୟନ୍ତ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ କରମଣ୍ଡଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି ।

୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ ରେଲୱେ ପକ୍ଷରୁ ଦିଆସରିଛି । ଗତ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା ।

ସେପଟେ ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳପ୍ରଚଳ ଚାଲିଛି । ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି ।

ଅଧିକାଂଶ ଟ୍ରେନ୍ ଚାଲୁଛି । ଖୁବଶୀଘ୍ର ସବୁ ଟ୍ରେନ୍ ଚଳପ୍ରଚଳ କରିବ ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ।

Post Views61 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!