ରଥକଥା; ୬ଟି ରଥରେ ଯାତ୍ରା କରୁଥିଲେ କାଳିଆ ସାଆନ୍ତେ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ଦିନ ଆରମ୍ଭ ହୁଏ ନବଦିନ ପାଇଁ ଶ୍ରୀଜଗନ୍ନାଥ ଭାଇ ଭଉଣୀ ସହିତ ନିଜ ନିଜ ତିନି ରଥରେ ରଥାରୋହଣ କରି ରତ୍ନବେଦୀରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ସମସ୍ତଙ୍କ ପାଇଁ ମଙ୍ଗଳ ଉଦ୍‌ଘୋଷଣ କରୁଥି ବାରୁ  ଏହାକୁ  ଘୋଷଯାତ୍ରା ମଧ୍ୟକୁ କୁହାଯାଏ ଏହି ଯାତ୍ରା ଯେତିକି ରହସ୍ୟମୟ ସେତିକି ଅଲୌକିକ ତେବେ ଏବେ ତିନି ରଥରେ ଯାତ୍ରା କରୁଥିବା ଶ୍ରୀକ୍ଷେତ୍ର ପତି ଜଗନ୍ନାଥ, ଭଉଣୀ, ସୁଭଦ୍ରାଙ୍କ ସହ ୬ଗୋଟି ରଥରେ ଯାତ୍ରା କରୁଥିଲେ ତେବେ ୬ଗୋଟି ରଥରୁ ୩ଗୋଟି ରଥ ହେବାର କାରଣ, ଜିଜ୍ଞାସା ଓ ତଥ୍ୟ ଓ ତତ୍ତ୍ୱ ଆସନ୍ତୁ ଜାଣିବା ଏହି ଆଲେଖ୍ୟ ମାଧ୍ୟମରେ।

ପୂର୍ବ ଶ୍ରୀଜୀଉଙ୍କ ନିମନ୍ତେ ୬ଗୋଟି ରଥ ନିର୍ମାଣର ତାତ୍ପର୍ଯ୍ୟ ପଛର କାରଣ ଏହିପରି ସେତେବେଳେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟ ଭାଗରେ ଥିବା ବଡଶଙ୍ଖଠାରେ ଶଙ୍ଖୁଆ ନଦୀର ଏକ ଶାଖା ନଦୀ ମାଳିନୀ ନଦୀ ପ୍ରବାହିତ ହେଉଥିଲା ଏହା ଚକ୍ରତୀର୍ଥଠାରେ ମହୋଦଧିରେ ମିଶୁଥିଲା  

ଶ୍ରୀମନ୍ଦିରରରୁ ଶ୍ରୀଜୀଉ ପହଣ୍ଡି ହୋଇ ପ୍ରଥମେ ତିନି ରଥରେ ଆସି ଏହି ନଦୀକୂଳରେ ପହଞ୍ଚୁଥିଲେ ଏବଂ ଚାପରେ ନଦୀପାର ହୋଇ ଅପରପାର୍ଶ୍ୱରେ ନିର୍ମିତ ହୋଇ ଅପେକ୍ଷାରତ ଅନ୍ୟ ତିନିଗୋଟି ଚାରିଚକିଆ ଶଗଡ଼ି ରଥରେ ପହଣ୍ଡି ପୂର୍ବକ ଗୁଣ୍ଡିଚାମନ୍ଦିରକୁ ବିଜେ କରୁଥିଲେ ପରେ ଗଙ୍ଗ ବଂଶର ପ୍ରଥମ ଭାନୁଦେବଙ୍କ ପ୍ରଚେଷ୍ଠାରେ ମାଳିନୀ ନଦୀର ବାଙ୍କିମୁହାଣ ପୋତିବା ସହ ଛଅଗୋଟି ରଥ ପରିବର୍ତ୍ତେ ତିନିଗୋଟି ରଥରେ ରଥଯାତ୍ରା ପ୍ରଚଳନ କରାଇଥିଲେ

Post Views83 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!