ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ତରକାରୀ ବଦଳରେ ମୁଢ଼ି ଓ ତରକାରୀ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଆଗିରିଆ ପଞ୍ଚାୟତର ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ରେ ଗତ ଦୁଇ ଦିନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଚାଉଳ ଶେଷ ହୋଇଯାଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାର ଏହି ସ୍କୁଲରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ବିଇଓଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳ ୮ଟା ସୁଦ୍ଧା ସ୍କୁଲରେ ଚାଉଳ ପହଞ୍ଚି ଯାଇଥିଲା।
ତଥାପି ପିଲାଙ୍କୁ ମୁଢ଼ି ଓ ତରକାରୀ ଖାଇବାକୁ ଦିଆଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନାରେ ଭାତ ଓ ତରକାରୀ ଦିଆଯାଇପାରିଲା ନାହିଁ ବୋଲି ଜଣାଯାଇଛି।

