ଅବିସ୍ମରଣୀୟ ଦିନ ଅଗଷ୍ଟ କ୍ରାନ୍ତି ଦିବସ

ଆଜି ଅଗଷ୍ଟ କ୍ରାନ୍ତି ଦିବସ । ସମଗ୍ର ଦେଶ ପାଳୁଛି ସ୍ଵାଧିନତାର 77ବର୍ଷ ପୂର୍ତ୍ତି ସମାରୋହ। ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଯାଇଛି କ୍ରାନ୍ତି ଦିବସ। 1942ମସିହା ଆଜିର ଦିନରେ ଅର୍ଥାତ ଅଗଷ୍ଟ 9ତାରିଖରେ ସ୍ବାଧିନତା ସଂଗ୍ରାମରେ ଝାସ ଦେଇଥିଲେ ବହୁ ସଂଗ୍ରାମୀ। ଦେଶମାତୃକା ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବାକୁ ଯାଇ ଆଜି ବିଶ୍ବ ପାଳୁଛି ଅଗଷ୍ଟ କ୍ରାନ୍ତି ଦିବସ । ଅଗଷ୍ଟ କ୍ରାନ୍ତି ଦିବସ, ଭାରତ ଛାଡ଼ ଆନ୍ଦୋଳନ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଆନ୍ଦୋଳନ ଦେଶବ୍ୟାପୀ ହୋଇଥିଲା, ଯେଉଁଥିରେ ଲୋକ ଅଭୂତପୂର୍ଣ୍ଣ ସାହସ ଏବଂ ସହନଶୀଳତାର ପରିଚୟ ଦେଇଥିଲେ।

୧୯୪୨, ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଏହାପରେ ସମଗ୍ର ଭାରତୀୟ ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ଏକଜୁଟ୍‌ ହୋଇଥିଲେ। ଆଜିର ଦିନରେ ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!