ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମ

ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେବ । ଏହା ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସହଯୋଗ କରିବେ ସାଂସଦ ସସ୍ମିତ ପାତ୍ର ଓ ପ୍ୟାନେଲିଷ୍ଟ । ଦଳର ବରିଷ୍ଠ ନେତା ବି ରହିବେ ।

ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବିଧାୟକ ପ୍ରଣବ ବଳବନ୍ତରାୟ । ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର ସଫଳ କାହାଣୀ ଲେଖିଛନ୍ତି । ୨୦୩୬ରେ ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବ । ରାଜ୍ୟ ସରକାର ବହୁ ସଫଳ କାମ କରିଛନ୍ତି ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!