ସୁପର ହେଲ୍ଥ ଇନ୍ସ୍ୟୁରାନ୍ସକୁ ସର୍ବଭାରତୀୟରେ ଉନ୍ମୋଚନ

ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍ଥ ଇନ୍ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଆନନ୍ଦ ପେଜାୱର କହିଥିଲେ, ସୁପର ହେଲ୍ଥ ଇନ୍ସ୍ୟୁରାନ୍ସର ଶୁଭାରମ୍ଭକରି ଆମେ ବେଶ୍ ଉତ୍ସାହିତ ଅଛୁ।

ଏପରିକି ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ସେବା ଓ ଉତ୍ପାଦ ଯୋଗାଇବା ସହ ସବୁ ପ୍ରକାର ସ୍ବାସ୍ଥ୍ୟ ବୀମାର ସମାଧାନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏହି ଉତ୍ପାଦ ଜରିଆରେ ଗ୍ରାହକଙ୍କ ସମସ୍ତ ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରୁଥିବା ଏବଂ ହସ୍ପିଟାଲରେ ଭର୍ତ୍ତିହେବା ଓ ଓଷଧ ଖର୍ଚ୍ଚ ସହ ଜଡ଼ିତ ଆର୍ଥିକ ଭାର କମ୍ କରିବାରେ ବେଶ୍ ସହାୟକ ହେବ।

ଏପରିକି କମ୍ପାନୀ ହିତାଧିକାରୀଙ୍କୁ ଆବଶ୍ୟକ ସହଯୋଗ ଓ ସକ୍ଷମ କରୁଥିବା ଏକ ବ୍ୟାପକ ସ୍ବାସ୍ଥ୍ୟସେବା ପଲିସିକୁ ଗ୍ରାହକମାନେ ପାଇବା ସୁନିଶ୍ଚିତ କରିବା ପାଇଁ ପରିକଳ୍ପିତ ହୋଇଛି। ଉକ୍ତ ଉତ୍ପାଦରେ ୨୭ଟି ଏସ୍ସି ଏବଂ ୭ଟି ଓସି ଅନ୍ତର୍ଭୁକ୍ତ ରହିଥିବା ବେଳେ ଉକ୍ତ ପଲିସି ଏକ ବ୍ୟାପକ ପରିସରର ସହଯୋଗ ପ୍ରଦାନ କରିଥାଏା ବିଶେଷକରି ୩ ଲକ୍ଷରୁ ୨କୋଟି ଟଙ୍କା ପଯର୍ୟନ୍ତ ବୀମାକୃତ ରାଶିର ବିକଳ୍ପ ଏବଂ ଏକରୁ ୩ ବର୍ଷ ପର୍ଯ୍ୟନ୍ତ ପଲିସି ଅବଧି ବିକଳ୍ପ ଥିବା ବ୍ୟାପକ ପରିସର ବହନ କରୁଥିବା ଏହି ଉପତ୍ାଦ ଅଧୀନରେ ୪ଟି ଯୋଜନା ରହିଛି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!