ଓଡ଼ିଶା GPLF ମହାସଂଘର ୩ ମୁଖ୍ୟ ସଂଯୋଜକଙ୍କୁ ଦାୟିତ୍ଵ

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି।ଓଡ଼ିଶା GPLF ମହାସଂଘ ୩ ମୁଖ୍ୟ ସଂଯୋଜକ ହୋଇଛନ୍ତି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ, ସୁଭଦ୍ରା ଦାସ। ସେହିପରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ୩ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ନିଯୁକ୍ତ ହୋଇଛନ୍ତି।

ଉଠା ଦୋକାନୀ ସଂଘର ୩ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଏନେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକଙ୍କୁ ନିଯୁକ୍ତ କରାଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!