ଶ୍ବେତ କୁମାର ଦାଶଙ୍କୁ ବିଏମ୍‌‌ସିର ଯୁଗ୍ମ କମିଶନର ଦାୟିତ୍ଵ

ବରିଷ୍ଠ ଓଏଏସ୍‌‌ ସ୍ତରରେ ରାଜ୍ୟ ସରକାର ଅଦଳ ବଦଳ କରିଛନ୍ତି। ବିଡିଏ ଯୁଗ୍ମ କମିଶନର ଡଃ ଶ୍ବେତ କୁମାର ଦାଶଙ୍କୁ ବିଏମ୍‌‌ସିର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଥିବା ବେଳେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ରାଉତଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁର ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କୁ ଢ଼େଙ୍କାନାଳ-କେନ୍ଦୁଝର ମେଜର ସେଟେଲମେଣ୍ଟରେ ବନ୍ଦୋବସ୍ତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ବିଡିଏ, ଭୁବନେଶ୍ୱରରେ ଓଏସ୍‌‌ଡି ଭାବେ ନିଯୁକ୍ତ କରାଯାଇଛି।

ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶନର ମହେଶ କୁମାର ଚୌଧୁରୀଙ୍କୁ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗରେ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ଲୋକନାଥ ଦଳବେହେରାଙ୍କୁ ଶ୍ରୀ ଚୌଧୁରୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!