ପୁଣି କଡ଼ା କଡି ହବ ଅଧ୍ୟାପକଙ୍କ ଉପସ୍ଥାନ । ଦିନକୁ ୭ ଘଣ୍ଟା ଶିକ୍ଷାନୁଷ୍ଠାନରେ ରହିବା ବାଧ୍ୟ । ମାସିକିଆ ରିପୋର୍ଟ ରଖିବ ଉଚ୍ଚଶିକ୍ଷା ବିଭାଗ । ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ୭୫% ର ବି ତଥ୍ୟ ରଖିବ ବିଭାଗ । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ । MCL ପକ୍ଷରୁ ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ୟୁପିଏସସି ସିଭିଲ ସର୍ଭିସ ଲାଗି କୋଚିଂ ଦିଆଯିବ। ଆଇଏଏସ ଓ ଓଏଏସ ଅଫିସରମାନେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ୍ କରିବାକୁ ଯୋଜନା କରାଯାଇଛି । ଅନ୍ୟପଟେ ରାଜ୍ୟରେ ନୂଆ ଡିଗ୍ରୀ କଲେଜ ନ ଖୋଲିବାକୁ ଓ ସିଟ ନ ବଢାଇବାକୁ ଗତ ୧୬ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ନିୟମ ପାଳନ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି । ପ୍ରଦର୍ଶନ ଟ୍ରାକିଙ୍ଗ ସେଲ ଅଧ୍ୟାପକମାନଙ୍କ ୭ ଘଣ୍ଟା ଉପସ୍ଥିତିର ରିପୋର୍ଟ ମନିଟର କରିବ । ସେହିପରି ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥିତି କଡାକଡି ଭାବେ ଦେଖାଯିବ । କିଛି ଦିନ ତଳେ ଅଧ୍ୟକ୍ଷ କର୍ମଶାଳାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କଲେଜ ଉପସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା. ଯେଉଁଥିପାଇଁ ଅଧ୍ୟାପକ ମହଲରେ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ପୂର୍ବରୁ ଏହି ନିୟମ ଥିଲା । ହେଲେ ଏବେ ଅନେକ କଲେଜରେ ଅଧ୍ୟାପକ ଅଭାବରୁ ଚାପରେ ପଡ଼ି ଅଧିକ କ୍ଲାସ ନେଉଛନ୍ତି । ଅନ୍ୟ ଅଧ୍ୟାପକ ଏହି ଚାପ ଯୋଗୁଁ ସେମାନେ ଅଧିକାଂଶ ସମୟରେ କଲେଜରେ ରୁହନ୍ତି ନାହିଁ । ଏହାକୁ ପୂରଣ କରିବା ଦିଗରେ ବି ମତାମତ ଆସିଛି । ସାତ ଘଣ୍ଟାରେ କଣ କଣ କରିବେ ଅଧ୍ୟାପକ ? ଏଥି ପାଇଁ ଏକ ବିସ୍ତୃତ କ୍ୟାଲେଣ୍ଡର କରାଯିବ । ଯେଉଁଥି ଶିକ୍ଷାଦାନ, ରିସର୍ଚ୍ଚ ଓ କଲେଜରେ ପରିଚାଳନା କାମ ସମେତ ଅନ୍ୟ କାମର ସମୟ ଖସଡ଼ା ରହିବ । ସେହିପରି ଅଧ୍ୟାପକ ପଦ ପୂରଣ ନେଇ ବି ସମସ୍ତ ବ୍ୟବସ୍ଥା କରି ଚାଲିଛନ୍ତି ରାଜ୍ୟ ସରକାର ।



