କରୋନା ମହାମାରୀ ପରେ ଏବେ ଚିନ୍ତା ବଢାଇଛି ନୂଆ ମହାମାରୀ । ଯାହାର ନାଁ ରହିଛି ଡିଜିଜ୍ ଏକ୍ସ । ଏହି ରୋଗ କରୋନାଠୁ ସାତ ଗୁଣା ଅଧିକ ଖତରନାକ୍ । ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ରୋଗରେ ପ୍ରାୟ ୫ କୋଟି ଲୋକଙ୍କର ମୃତ୍ୟୁ ହୋଇପାରେ । ତେବେ ଏହି ଡିଜିଜ୍ ଏକ୍ସ ରୋଗ କଣ , କେମିତି କରିବେ ଏହାର ଚିକିତ୍ସା ଓ ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ
କରୋନା ପରେ ଏବେ ନୂଆ ବେମାରୀ ଲୋକଙ୍କ ଚିନ୍ତା ବଢାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ରୋଗର ନାମକରଣ କରିଛି । ଏହି ରୋଗ ସାରା ବିଶ୍ବରେ ମାଡିବା ଆରମ୍ଭ କରି ସାରିଲାଣି । ୟୁକେ ସ୍ବାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ କରୋନାରୁ ଆହୁରି ଭୟଙ୍କର ହୋଇପାରେ । ୧୯୧୮-୧୯୨୦ ମସିହାରେ, ସ୍ପେନ୍ ଫ୍ଲୁ ଯୋଗୁଁ ସାରା ବିଶ୍ୱରେ 50 ନିୟୁତ ଲୋକ ମୃତ୍ୟୁବରଣ କରିଥିଲେ । ଏହି ରୋଗରେ ମଧ୍ୟ ସମାନ ସଂଖ୍ୟକ ମୃତ୍ୟୁ ଆଶା କରାଯାଇପାରେ। WHO ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଯୋଗୁଁ ପ୍ରାୟ 70 ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ବର୍ତ୍ତମାନ ଆସୁଥିବା ମହାମାରୀ ଚିନ୍ତା ବଢାଇ ଦେଇଛି ।ବାୟୁରେ ଏହି ରୋଗ ର ଅଧିକ ସଂକ୍ରମଣ ବଢିଥାଏ


