ମଫିଲ୍ ସହ ଜେସିବି ଇଣ୍ଡିଆର ମଧ୍ୟରେ ସ୍ବାକ୍ଷର

ଦେଶର ଅଗ୍ରଣୀ ଘରୋଇ ଆର୍ଥିକ ସଂସ୍ଥା ମଣପୁରମ ଫାଇନାନ୍ସ ଇଣ୍ଡିଆ ଲିମିଟେଡ ଏବଂ ନିର୍ମାଣ ଉପାଦାନ ନିର୍ମାତା ଜେସିବି ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ବା ବୁଝାମଣା ପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି।

ଉଭୟ କମ୍ପାନୀର କାରବାର ବୃଦ୍ଧି ସହ ସାରା ଦେଶରେ ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ମଣପୁରମ ଫାଇନାନ୍ସର ମୁଖ୍ୟ (ଭେଇକିଲ ଆଣ୍ଡ ଇକ୍ୟୁପମେଣ୍ଟ ଫାଇନାନ୍ସ) କମଲ ପରମାର ଏବଂ ଜେସିବି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉକ୍ତ ଏମ୍ଓୟୁ ସ୍ବାକ୍ଷର ହୋଇଥିଲା।

ଏ ସମ୍ପର୍କରେ ମଣପୁରମ ଫାଇନାନ୍ସର ଏମ୍ଡି ତଥା ସିଇଓ ଭି.ପି. ନନ୍ଦନକୁମାର କହିଛନ୍ତି, ଜେସିବି ଇଣ୍ଡିଆ ସହ ଏମ୍ଓୟୁ ସ୍ବାକ୍ଷର କରି ଆମେ ବେଶ୍ ଉତ୍ସାହିତ ଅଛୁ।

ଏପରିକି ଏହି ଚୁକ୍ତି ଉଭୟ ସଂସ୍ଥାର କାରବାର ବୃଦ୍ଧିରେ ବେଶ୍ ସହାୟକ ହେବ। ସେହିଭଳି ଗ୍ରାହକ ଚାହିଦା ଓ ଆବଶ୍ୟକତା ପୂରଣ ଦିଗରେ ଉଭୟ କମ୍ପାନୀ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!