ଥମୁନି ଯୁଦ୍ଧ । ଇସ୍ରାଏଲ ଓ ଗାଜା କେବେ ଥମିବ ଯୁଦ୍ଧ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ହମାସ ଆତଙ୍କୀ ସଂଗଠନର ଶିବିର ଉପରେ ଲଗାତାର ବୋମା ବର୍ଷଣ ହେଉଛି । ଗାଜା ପଟ୍ଟି ଆଖପାଖରେ ପ୍ରାୟ ୧୫ ଶହ ହମାସ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୬୦ ଜଣ ଶିଶୁ ଥିବାବେଳେ ୨ଶହରୁ ଅଧିକ ମହିଳା ରହିଛନ୍ତି । ପାଲେଷ୍ଟାଇନରେ ୪ ହଜାର ୫ଶହରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲ ତରଫରୁ ହେଉଥିବା ଲଗାତାର ବୋମା ବର୍ଷଣରେ ଶ୍ମଶାନ ଘାଟ ପାଲଟିଛି ପାଲେଷ୍ଟାଇନ । ବର୍ତ୍ତମାନ ସୁଦ୍ଧା ଏହି ହମଲାର ଯବାବ ଦେବାକ ଯାଇ ଇସ୍ରାଏଲ ଲଗାତର ବିମାନରୁ ଆତଙ୍କୀ ଶିବିରଗୁଡିକୁ ଟାର୍ଗେଟ କରିଛି । ହମାସ ଇସ୍ରାଏଲ ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

