ଅହମ୍ମଦାବାଦରେ ଖେଳାଯାଇଥିବା ଇଣ୍ଡିଆ ପାକିସ୍ତାନ ମ୍ୟାଚରେ ଭାରତୀୟ ବୋଲର ଘାତକ ବୋଲିଂ କରିବା ପରେ ଦମ୍ ଦେଖାଇଛନ୍ତି ବ୍ୟାଟର। ଫଳରେ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ। ତେବେ ଭାରତର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ପୁରା ପାକିସ୍ତାନ ବ୍ୟାଟିଂ ଲାଇନ ଅପ୍। ଦଳ ପ୍ରଥମେ ୧୫୫ ରନରେ ମାତ୍ର ୩ଟି ୱିକେଟ୍ ହରାଇଥିବା ବେଳେ ଶେଷ ୩୬ ରନ୍ ମଧ୍ୟରେ ୮ଟି ୱିକେଟ ହରାଇଥିଲା।
ବିଶ୍ୱକପରେ ଭାରତର ବଡ଼ ବିଜୟ । ଅହମ୍ମଦାବାଦରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ଭାରତ ଆଗରେ ଥିଲା ୧୯୨ ରନର ଟାର୍ଗେଟ୍।
ଯାହାକୁ ଦଳ ମାତ୍ର ୩୦.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି। ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟାର ଅପରାଜିତ ୫୩ ରନ୍ କରିଛନ୍ତି। ଶୁଭମନ ଗିଲ୍ ଏବଂ ବିରାଟ କୋହଲି ଉଭୟେ ୧୬ ଲେଖାଏଁ ରନ୍ କରି ଆଉଟ୍ ହେବା ପରେ ପାଳି ସମ୍ଭାଳିନେଇଥିଲେ ରୋହିତ ଶର୍ମା ଓ ଆୟର।

