ଜେଏସ୍‌ପିକୁ ସିଏସ୍‌ଆର୍ ଜର୍ନାଲ ସିଏସ୍‌ଆର୍ ଏକ୍ସଲେନ୍ସ ଆଓ୍ବାର୍ଡ

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର କୁ ଏକ ଜାତୀୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କମ୍ପାନୀର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜେଏସ୍ପିକୁ ସିଏସ୍ଆର୍ ଜର୍ନାଲ ଦ୍ୱାରା ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜଠାରେ ଆୟୋଜିତ ଏକ ସମ୍ମାନ ସମାରୋହରେ ଜେଏସ୍ପିକୁ ଉପରୋକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜେଏସ୍ପିର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ କୁମାର ହୋତାଙ୍କୁ ସିଏସଆର୍ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଧେଙ୍କ ସମେତ ଅଭିନେତା ଆମୀର ଖାନ୍, କବି ଡ. କୁମାର ବିଶ୍ବାସ ଏବଂ ବହୁ ବରିଷ୍ଠ କର୍ପୋରେଟ କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଜେଏସ୍ପି ଫାଉଣ୍ଡେଶନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କହିଛନ୍ତି, ଦେଶ ପାଇଁ ଗୌରବ ଆଣିବା ସହିତ ୨୫,୦୦୦ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମେ ଏକ ଅନ୍ତର୍ଭୁକ୍ତ କ୍ରୀଡ଼ା ଇକୋ ସିଷ୍ଟମ ଗଠନ କରୁଛୁ। ବିଶେଷ କରି ଆମର ଖେଳ ପ୍ରତିଭା ବର୍ତ୍ତମାନ ଜାତୀୟ ତଥା ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ୍ ହୋଇଥିବାରୁ ଏହା ଆମ ପାଇଁ ବେଶ୍ ସନ୍ତୋଷଜନକ ହୋଇଛି।
ସେହିଭଳି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱ ଭାରତର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡାର ଉତ୍ଥାନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛି। ବିଶେଷକରି କମ୍ପାନୀର ସାମାଜିକ ସଂସ୍ଥା ଜେଏସ୍ପି ଫାଉଣ୍ଡେଶନ ମାଧ୍ୟମରେ ୨୫,୦୦୦ରୁ ଅଧିକ କ୍ରୀଡା ପ୍ରତିଭାଙ୍କ ବିକାଶରେ କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!